ସିମୁଳିଆ : ବାଲେଶ୍ୱର ଜିଲ୍ଲାରେ ଦେଖାଦେଇଛି ଅଭାବନୀୟ ଘଟଣା । କାମ କରୁଥିବା ସ୍ଥାନରେ ମାଲିକ ଶିଶୁ ପୁତ୍ରକୁ ଚୋରୀ କରିଥିବା ନେଇ ମହିଳାଙ୍କ ଅଭିଯୋଗ । ଅଭିଯୋଗ ଅନୁସାରେ ନୀଳଗିରି ଗୋପୀନାଥପୁର ଅଞ୍ଚଳର ସୋମବାରୀ ସିଂ ଅବଝୁଣା ଗାଁର ପ୍ରଫୁଲ୍ଲ ବେହେରାଙ୍କ ବାଡ଼ି ବଗିଚାରେ କାମ କରୁଥିଲେ । ତାଙ୍କର ୩ମାସର ଏକ ଶିଶୁପୁତ୍ର ଥିଲେ ।
ଗତ ମଙ୍ଗଳବାର ସନ୍ଧ୍ୟାରେ ଶୌଚ ହେବାକୁ ଯିବା ସମୟରେ ଏହାର ସୁଯୋଗ ନେଇଥିଲେ ମାଲିକ ପ୍ରଫୁଲ୍ଲ ପିଲାଟିକୁ ଚୋରାଇ ନେଇ ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଥିଲେ । ବାରମ୍ବାର ମହିଳା ତାଙ୍କ ପିଲାକୁ ଫେରାଇବାକୁ ନିବେଦନ କରିବା ପରେ ଫେରାଇ ନଥିଲେ । ଉପାୟ ନପାଇ ସୋମବାରୀ ସ୍ୱାମୀ ବାବୁ ସିଂଙ୍କୁ ଜଣାଇଥିଲେ । ଉଭୟ ଗତ ବୁଧବାର ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସିମୁଳିଆ ପୁଲିସ ଅଭିଯୋଗ ନଂ ୧୦/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ପ୍ରଫୁଲ୍ଲକୁ ପଚରାଉଚୁରା କରିବା ସହ ଶିଶୁପୁତ୍ରକୁ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଶ୍ରୀଧର ମଲ୍ଲିକକୁ ଦେଇଥିବା ପ୍ରକାଶ କରିଥିଲା । ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରି ସୋର ସୁଧାର ଗୃହରେ ରଖିଛନ୍ତି ।
ଏହାସହ ପୁଲିସ ପ୍ରଫୁଲ୍ଲ ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି l ସିମୁଳିଆ ପୁଲିସର ତତ୍କାଳୀନ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୬ଘଣ୍ଟାରେ ପିଲାଟି ମା କୋଳକୁ ଫେରି ଆସିଛି l

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |