ନୂଆଦିଲ୍ଲୀ: ଲଗାତାର ଗତ ଚାରିଦିନ ହେବ ସେନସେକ୍ସ ଏବଂ ନିଫ୍ଟି ୫୦ ହ୍ରାସ ହେବାରେ ଲାଗିଛି।ଯାହାର ପ୍ରଭାବ ଆଜି ଅର୍ଥାତ୍ ଗୁରୁବାର ଭାରତୀୟ ଷ୍ଟକ୍ ବଜାରରେ ଦେଖିବାକୁ ମିଳିଛି।ଜାନୁଆରୀ ୨ ତାରିଖରେ ସେନସେକ୍ସ ୮୫୭୬୨.୦୧ରେ ବନ୍ଦ ହୋଇଥିଲା। ଆଜି ଅର୍ଥାତ୍ ଜାନୁଆରୀ ୮ରେ ଏହା ୧୬୦୦ ପଏଣ୍ଟ ହ୍ରାସ ପାଇ ୮୪୧୮୦ ରେ ବନ୍ଦ ହୋଇଥିଲା।ସେହିପରି ନିଫ୍ଟି ଏହି ଚାରିଦିନ ମଧ୍ୟ
ତେବେ ଗୁରୁବାର BSE ସେନସେକ୍ସ ୭୮୦ପଏଣ୍ଟ କିମ୍ବା ୦.୯୨ ପ୍ରତିଶତ ହ୍ରାସ ପାଇ ୮୪୧୮୧ ରେ ବନ୍ଦ ହୋଇଥିଲା ଓ NSE ସେନସେକ୍ସ ୨୬୪ ପଏଣ୍ଟ କିମ୍ବା ୧.୦୧ ପ୍ରତିଶତ ହ୍ରାସ ପାଇ ୨୫୮୭୭ ରେ ବନ୍ଦ ହୋଇଥିଲା। ବଜାର ବନ୍ଦ ହେବା ସମୟରେ ବିକ୍ରୟ ଚାପ ବୃଦ୍ଧି ପାଇବାରୁ BSEର ବଜାର ପୁଞ୍ଜିରେ ପ୍ରାୟ ୮.୧ଲକ୍ଷ କୋଟି ଟଙ୍କା ହ୍ରାସ ଦେଖିବାକୁ ମିଳିଥିଲା। ଯାହାଫଳରେ ନିବେଶକଙ୍କ ସମ୍ପତ୍ତି ୪୭୯.୯୪ ଲକ୍ଷ କୋଟିରୁ ୮.୧୧ ଲକ୍ଷ କୋଟି ହ୍ରାସ ପାଇ ୪୭୧.୮୨ ଲକ୍ଷ କୋଟିରେ ପହଞ୍ଚିଛି।
ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଲାର୍ସନ୍ ଆଣ୍ଡ୍ ଟୁବ୍ରୋ (L&T), ଟାଟା କନସଲଟାନ୍ସି ସର୍ଭିସେସ୍ (TCS), ଇନଫୋସିସ୍, ଏୟାରଟେଲ୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ, ଟାଟା ଷ୍ଟିଲ୍ ଏବଂ ଟେକ୍ ମହିନ୍ଦ୍ରା ଭଳି ପ୍ରମୁଖ କମ୍ପାନୀଗୁଡ଼ିକର କ୍ଷତି ଯୋଗୁଁ ବଜାର ମଧ୍ୟ ଚାପ ଭିତରେ ରହିଛି।
ରୁଷ ଉପରେ ଚାପ ବୃଦ୍ଧି କରିବା ପାଇଁ ଆମେରିକାରେ ଏକ ନୂତନ ବିଲ୍ ‘Sanctioning Russia Act of 2025’ ଆଗତ କରାଯାଇଛି। ଏଥିରେ ରୁଷର ତୈଳ କ୍ରେତାଙ୍କ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ କୁହାଯାଇଛି। ଏହି ବିଲ୍ ରୁଷ ଉପରେ ଆର୍ଥିକ ଚାପ ବୃଦ୍ଧି କରିପାରେ। ଏଥିରେ ଭାରତ, ଚୀନ୍ ଏବଂ ବ୍ରାଜିଲ ଭଳି ଦେଶମାନଙ୍କ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ମଧ୍ୟ କୁହାଯାଇଛି। ଏହି ଖବର ଯୋଗୁଁ ସେୟାର ବଜାରରେ ତୀବ୍ର ହ୍ରାସ ଘଟିଛି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |