January 25, 2026

Now Odisha

Now Odisha

ବେଆଇନ ଭାବେ ବିକୁଥିଲେ ବିଦେଶୀ ମଦ: ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ |

Spread the love

ଦିଗପହଣ୍ଡି,୧୦।୧: ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍‌. ତ୍ରିପତୀ ରେଡ୍ଡୀ ସଦଳବଳେ ଶନିବାର ସାରେ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଯୋଗିଆ ପଲ୍ଲୀ ଗ୍ରାମ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଗ୍ରାମର ରମେଶ ରେଡ୍ଡୀ ଏକ ବ୍ୟାଗ ଧରି ରାସ୍ତାରେ ସନ୍ଦେହଜନକ ଭାବେ ଠିଆ ହୋଇଥିଲେ।

ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଅଟକାଇ ଖାନତଲାସି କରିବାରୁ ସେଥିରେ ବହୁ ସଂଖ୍ୟକ ବିଦେଶୀ ମଦ ବୋତଲ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ମାପଚୁପ କରିବାରୁ ବୋତଲ ଗୁଡିକରେ ୧୪.୭୫୦ ଲିଟର ବିଦେଶୀ ମଦ ଥିବା ଜଣାପଡିଥିଲା। ତାଙ୍କୁ ପଚରାଉଚୁରା କରିବାରୁ ସେ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ସ୍ବୀକାର କରିଥିଲେ। ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଉଠାଇ ଆଣି ଅବକାରୀ ଥାନାରେ ଅଟକ ରଖିଛନ୍ତି। ଅବକାରୀ ମାମଲା ନଂ.୧୮୬/୨୫- ୨୬ ଅନୁଯାୟୀ ରବିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଭାରପ୍ରାପ୍ତ ଓଆଇସି କହିଛନ୍ତି।

error: Content is protected !!