ଆସନ୍ତାକାଲି ସନ୍ଧ୍ୟା ୬:୩୦ ରେ ଜୀ ସାର୍ଥକରେ ପ୍ରସାରିତ ହେବ ୱାର୍ଲଡ ଟିଭି ପ୍ରିମିଅର ସୁପରହିଟ୍ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”।ଦଶହରା ଉପଲକ୍ଷେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ” ଯାହା ସାରା ଓଡ଼ିଶାରେ ବେଶ୍ ଲୋକାଦୃତ ହେବ ସହ ସୁପର-ଡୁପରହିଟ୍ ଫିଲ୍ମର ମାନ୍ୟତା ପାଇଥିଲା।ଏହି ଫିଲ୍ମ ଆସନ୍ତା
ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବଡ଼ ବଜେଟର ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜରେ ରିଅଲ୍ ଷ୍ଟାର ଅର୍ଦ୍ଧେନ୍ଦୁ ସାହୁଙ୍କ ଆକ୍ସନ ସାଙ୍ଗକୁ ଚୁଲବୁଲି ଏଲିନା ସାମନ୍ତରାୟଙ୍କ ସହିତ ପ୍ରେମ କାହାଣୀ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଥିଲା। ସମସ୍ତଙ୍କର ପ୍ରିୟ ଆଲବମ କୁଇନ୍ ଲିପି ଓ ପୁପିଙ୍କ ଜାଇଫୁଲ ଯୋଡିକୁ ଦର୍ଶକ ଢେର ଭଲ ପାଇବା ମଧ୍ୟ ଦେଇଥିଲେ। ପୁରା ଓଡ଼ିଶାରେ ମୁକ୍ତିଲାଭ ଏହି ଫିଲ୍ମ ପ୍ରାୟ ୫୦ଟି ପ୍ରେକ୍ଷାଳୟରେ ୧୦୦୦ଟି ଶୋ’ ରୁ ଅଧିକ ଚାଲିଥିଲା। ସାଇ କିରଣ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ଓ ମାନସ ପଢ଼ିଆରୀଙ୍କ କାହାଣୀ ଓ ସଂଳାପରେ ଅନେକ ଅଭିଜ୍ଞ କଳାକାର ଅଭିନୟ କରିଛନ୍ତି।
ଅଭିନେତା ରବି ମିଶ୍ର, ପୃଥ୍ଵୀରାଜ ନାୟକ, ରତନ ମେହେର, ହରିହର ମହାପାତ୍ର, ଶକ୍ତି ବରାଳ, ମାମୁନି ମିଶ୍ର, ସନ୍ତୁ ନିଜେ, ଭକ୍ତି ଓ ବିଭାସ ପ୍ରମୁଖ ଅଭିନୟ କରିଛନ୍ତି। ବଲିଉଡର ଖ୍ୟାତନାମା କଳାକାର ପୁନିତ ଇଶାର ଓରଫ ଦୁର୍ଯ୍ୟୋଧନ ପ୍ରଥମଥର ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଚ୍ୟାଲେଞ୍ଜ ଦେଖିବାକୁ ଦର୍ଶକଙ୍କର ବହୁତ ଆଗ୍ରହ ରହିଥିଲା। ସୁପର ଆକ୍ସନ, ଭରପୁର ଫାମିଲି ଡ୍ରାମା ସାଙ୍ଗକୁ ଜବରଦସ୍ତ ଗୀତ ଆଉ ନାଚର ମଜା ନେଇଥିଲେ ଦର୍ଶକ। ପ୍ରତ୍ୟେକ ନାଚରେ ପାରମ୍ପରିକ ଓଡ଼ିଆ କଳା ଓ ପରମ୍ପରାକୁ ସ୍ଥାନ ଦିଆଯାଇଥିଲା। ଚ୍ୟାଲେଞ୍ଜ ଚଳଚ୍ଚିତ୍ରର ଥିବା ଗୀତ ଗୁଡିକୁ ଗୌରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସମସ୍ତ ଗୀତଗୁଡିକୁ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଦୁଲଦୁଲି ଏବଂ ଭାଙ୍ଗ ଗୀତ ବେଶ ଚହଳ ସୃଷ୍ଟି କରିଥିଲା।ତେବେ ସେହି ସୁପରହିଟ ଚଳଚ୍ଚିତ୍ର ଚ୍ୟାଲେଞ୍ଜକୁ ଦର୍ଶକ ଅତି ନିକଟରୁ ଟିଭି ପରଦାରେ ଦେଖି ନିଶ୍ଚୟ ଭରପୁର ମନୋରଞ୍ଜନ ପାଇବେ ବୋଲି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଶ୍ରୀ ରାହୁଲ ରାଓ ପ୍ରକାଶ କରିଛନ୍ତି।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!