ମୁମ୍ବାଇ ; ୧୦/୧ : ଆଜିକାଲି ବେଶ ଚର୍ଚ୍ଚାରେ ରହିଛି ‘ବର୍ଡର-୨’ ସନ୍ନି ଦେଓଲଙ୍କ ସମେତ ଏହି ମଲ୍ଟି ଷ୍ଟାର ମୁଭି ରିଲିଜ୍ ଅପେକ୍ଷାରେ ରହିଛି । ରିଲିଜ୍ ହେବା ପୂର୍ବରୁ ଦର୍ଶକେ ଏହି ଫିଲ୍ମକୁ ଢ଼େରସାରା ଭଲ ପାଇବା ଦେଇଛନ୍ତି । ଫିଲ୍ମ ଟିଜର, ଟ୍ରେଲର ସାଙ୍ଗକୁ ଗୀତଗୁଡ଼ିକ ବେଶ ଭଲ ହୋଇଛି । ଅନେକ ସିନେ ସମୀକ୍ଷକ ଆଗୁଆ କହିଲେଣି କି, ଫିଲ୍ମ ହିଟ୍ ହେବ ।
ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ପାର୍ଟ-୧ରେ ରହିଥିବା ଅଭିନେତା ସୁନୀଲ ସେଟ୍ଟୀଙ୍କ ଏକ ଇଣ୍ଟଭିୟ୍ୟୁ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି, ବର୍ଡରରେ କାହିଁକି ଅଭିନୟ କରିବା ପାଇଁ ଚାହୁଁନଥିଲେ ।କହି ରଖୁଛୁ କି, ବର୍ଡର ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ସୁନୀଲ । ୧୯୯୭ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ସେ ବୈଭବ ସିଂ ଭୂମିକାରେ ଅଭିନୟ କରିଥିଲେ । ଦର୍ଶକେ ତାଙ୍କୁ ବହୁତ ପ୍ରଂଶସା କରିଥିଲେ । ମାତ୍ର ଶେଷ ସମୟରେ ତାଙ୍କର ଏତେ ଭୂମିକା ରହିନଥିଲା । ମାତ୍ର ତାଙ୍କ ବଳିଷ୍ଠ ଅଭିନୟ ପ୍ରଂଶସାର ପାତ୍ର ହୋଇଥିଲା । ମାତ୍ର ସେ ଏକ ଇଣ୍ଟରଭିୟ୍ୟୁରେ କହିଛନ୍ତି କି, ପ୍ରଥମେ ଏହି ଭୂମିକାରେ ଅଭିନୟ କରିବା ପାଇଁ ସେ ରାଜି ନଥିଲେ ।ତେବେ ଏହି ଭୂମିକାରେ କାହିଁକି ଅଭିନୟ କରିବା ପାର୍ଇ ରାଜି ନଥିଲେ ଏହାର କାରଣ ମଧ୍ୟ କହିଛନ୍ତି । ଯେଉଁଥିରେ ସେ ପ୍ରକାଶ କରିଛନ୍ତି କି, ଫିଲ୍ମର ଡାଇରେକ୍ଟର ଥିଲେ ଜେପି ଦତ୍ତ । ଯିଏକି ଜଣେ କଠୋର ମଣିଷ ଥିଲେ । କିଛି ଭୁଲ୍ ହେଲେ ତାଙ୍କ ପାଟିରୁ ଖରାପ ଭାଷା ବାହାରିପଡ଼େ । ମାତ୍ର ସେ ମୋତେ ଫିଲ୍ମରେ ନେବା ପାଇଁ ଚାହିଁଥିଲେ । ମାତ୍ର ମୁଁ ମୋ ସେକ୍ରେଟାରୀଙ୍କୁ ମନା କରି ଦେଇଥିଲି । କାରଣ ମୋତେ ଯଦି କିଛି ଖରାପ ଭାଷା କୁହାଯାଏ ତାହେଲେ ମୋ ହାତ ଉଠିଯିବ । ଏଣୁ ସବୁ କଥା ଭାବି ମୁଁ ମନା କରି ଦେଇଥିଲି । କିନ୍ତୁ ପରେ ପୁଣି ଅଭିନୟ କରିବା ପାଇଁ ରାଜି ହୋଇଥିଲି ।ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହେବା ପଛର ମୁଖ୍ୟ କାରଣ ହେଉଛି ମୁଁ କାହା ସହ ସମ୍ପର୍କ ଖରାପ କରିବା ପାଇଁ ଚାହେଁ ନାହିଁ । ଏହାସହ ପରେ ପ୍ରଯୋଜକ ଭରତ ଶାହାଙ୍କ ସହ ମଧ୍ୟ ଯୋଗାଯୋଗ ହୋଇଥିଲା । ସେ ମୋ ଶାଶୁଙ୍କ ଘନିଷ୍ଠ ଥିଲେ । ଶାଶୁ ମଧ୍ୟ କହିଥିଲେ କି, ତୁମେ ଅଭିନୟ କର । ମୁଁ ମନା କରିପାରିନଥିଲି । ଆଉ ଶେଷରେ ଏହି ଫିଲ୍ମ ଅଭିନୟ କରିଥିଲି । ସେପଟେ ବର୍ଡରରେ ସୁନୀଲ ସେଟ୍ଟୀ ଅଭିନୟ କରିଥିବାବେଳେ ଏବେ ବର୍ଡର-୨ରେ ନଜର ଆସିବେ ତାଙ୍କ ପୁଅ ଆହାନ୍ । ଯିଏକି ଜଣେ ନୌସେନା ଅଧିକାରୀ ଭୂମିକା ନିଭାଇବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମରେ ବରୁଣ ଧାଓ୍ବନ, ଦିଲଜିତଙ୍କ ଭଳି ବଡ଼ କଳାକାର ମଧ୍ୟ ନଜର ଆସିବେ । ଆସନ୍ତା ଜାନୁଆରୀ ୨୩ ତାରିଖରେ ଏହା ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |