ବାପା-ମା’ଙ୍କୁ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବଡ ଝଟକା। ଏଣିକି ଯେଉଁ କର୍ମଚାରୀମାନେ ନିଜ ବୃଦ୍ଧ ବାପା-ମା’ଙ୍କ ଯତ୍ନ ନେବେ ନାହିଁ, ସେମାନଙ୍କ ଦରମାରୁ ୧୦ ପ୍ରତିଶତ ଅର୍ଥ କାଟି ସିଧାସଳଖ ବାପା-ମା’ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ବାପା-ମା’ଙ୍କ ଅଭିଯୋଗ ଆଧାରରେ କର୍ମଚାରୀଙ୍କ ମାସିକ ଦରମାରୁ ୧୦% ଅର୍ଥ କଟାଯାଇ ସେମାନଙ୍କୁ ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବେ। ଏହା ଅଧୀନରେ ବରିଷ୍ଠ ନାଗରିକଙ୍କ ପାଇଁ ‘ପ୍ରଣାମ’ ନାମକ ଡେ-କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏହି ନୂତନ ଯୋଜନା ପାଇଁ ସରକାର ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
୨୦୨୬-୨୦୨୭ ବଜେଟ୍ ପ୍ରସ୍ତାବରେ ରାଜ୍ୟ ପାଇଁ ଏକ ନୂତନ ସ୍ୱାସ୍ଥ୍ୟ ନୀତି ପ୍ରଣୟନ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ସମାଜର ପ୍ରତ୍ୟେକ ବର୍ଗର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “