January 25, 2026

Now Odisha

Now Odisha

ସ୍କୁଲ ପରିସରରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ କଲା ସପ୍ତମ ଶ୍ରେଣୀ ଛାତ୍ର, ଥାନାରେ ଅଭିଯୋଗ।

Spread the love

ସ୍କୁଲ ପରିସରରେ ଛାତ୍ରଙ୍କୁ ଛୁରାମାଡ଼ । ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ କଲା ସପ୍ତମ ଶ୍ରେଣୀର ଛାତ୍ର । ଢେଙ୍କାନାଳ କାମାକ୍ଷାନଗର ଥାନା ସମାଟାଙ୍ଗିର ଏ ଅଭାବନୀୟ ଘଟଣା । ଗୁରୁତର ଛାତ୍ରଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି ଗୁରୁତର ଛାତ୍ରଙ୍କ ପରିବାର ।

ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀମାନେ ଖେଳୁଥିବା ବେଳେ ହଠାତ ସପ୍ତମ ଶ୍ରେଣୀର ଛାତ୍ର ଜଣଙ୍କ ଛୁରା ମାଡ଼ କରିଥିଲା । ଗୁରୁତର ଛାତ୍ରଙ୍କ ଗାଲରେ ଛୁରୀ ପଶିଯାଇଥିଲା, ପ୍ରାୟ ଘଣ୍ଟାଏ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିଲା ।

ଅନ୍ୟପଟେ ସ୍କୁଲ ପରିସରରେ ଛୁରାମାଡ଼ ନେଇ ପଦାରେ ପଡିଛି ବିଭାଗୀୟ ଅବହେଳା । ସ୍କୁଲ ପରିସରକୁ ଛାତ୍ର ଜଣଙ୍କ କେମିତି ଆଣିଲେ ଛୁରା ? ପିଲାଙ୍କ କଳହ ବେଳେ କଣ କରୁଥିଲେ ଶିକ୍ଷକ? ଆକ୍ରମଣ ବେଳେ ସ୍କୁଲ ଉପସ୍ଥିତ ନଥିଲେ କି ଶିକ୍ଷକ ? ଘଣ୍ଟାଧିକ କାଳ ଯାଏ କେମିତି ଜାଣିପାରିଲେନି ଶିକ୍ଷକ ? ସ୍କୁଲ ପରିସରରେ ଘଟଣା ଘଟିଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

error: Content is protected !!