ଅରବିନ୍ଦ ତଥ୍ୟ, ପ୍ରମାଣ ମାଗିଥିବା ବେଳେ ଅମରେଶ ସେମିତି କିଛି ଉପସ୍ଥାପନା କରି ନଥିଲେ। ତେଣୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି ପୁଣି ଦୋହରାଇଛନ୍ତି ଅରବିନ୍ଦ ମହାପାତ୍ର।ଦଳ ବିରୋଧୀ କାର୍ଯ୍ୟ, ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ କହି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା ବେଳେ ଏହା ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରମାଣିତ କରିବାକୁ ପାଟକୁରାର ଯୁବ ନେତା ତଥା ରାଜ୍ୟ ସାଧାରଣ ସଂପାଦକ ଅମରେଶ ପତ୍ରୀଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ଦଳ। କିନ୍ତୁ ଅରବିନ୍ଦ ତଥ୍ୟ, ପ୍ରମାଣ ମାଗିଥିବା ବେଳେ ଅମରେଶ ସେମିତି କିଛି ଉପସ୍ଥାପନା କରି ନଥିଲେ। ତେଣୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି ପୁଣି ଦୋହରାଇଛନ୍ତି ଅରବିନ୍ଦ ମହାପାତ୍ର।ଗତ ନିର୍ବାଚନ ବେଳେ ପାଟକୁରା ବିଧାନସଭା ଆସନରୁ ଟିକେଟ ପାଇବାକୁ ଆଶା ରଖିଥିବା ଅମରେଶ ପତ୍ରୀ କହିଛନ୍ତି, ସେ (ଅରବିନ୍ଦ ମହାପାତ୍ର) କେବଳ ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି ବା ଦଳ ସହିତ ବେଇମାନି କରି ନାହାନ୍ତି, ପାଟକୁରାବାସୀଙ୍କ ସହିତ ମଧ୍ୟ ବିଶ୍ୱାସଘାତ କରିଛନ୍ତି। ଯେଉଁ ବିଜୁ ଜନତା ଦଳର କର୍ମୀମାନେ ଓ ନେତାମାନେ ପାଟକୁରାରେ ତାଙ୍କୁ ବିଜୟୀ କରିଛନ୍ତି, ବିଧାୟକ ହେବା ପରେ ପ୍ରଥମେ ସେ ସେମାନଙ୍କୁ ଧୋକା ଦେଇଥିଲେ। ପାଟକୁରାର ନବେ ପ୍ରତିଶତ ପଞ୍ଚାୟତରେ ବିଜୁ ଜନତା ଦଳର ଯେଉଁ କର୍ମୀମାନେ ସଭାପତି ଦାୟିତ୍ୱରେ ରହିଥିଲେ, ସେମାନଙ୍କୁ କାଢ଼ି ତାଙ୍କ ନିଜ ଲୋକମାନଙ୍କୁ ସଭାପତି କରିଥିଲେ ସେ। ଯେଉଁମାନେ ତାଙ୍କ ସହିତ ଅଛନ୍ତି, ସେମାନେ ବିଧାୟକ ପାଣ୍ଠିର ବ୍ୟବହାର କରୁଛନ୍ତି। ଯେଉଁ ଦିନ ସେ ଟିକେଟ୍ ପାଇଲେ, ତା’ ପରେ ପରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିଲେ। କାରଣ ଯେଉଁଭଳି ବୃକ୍ଷ ସେହିଭଳି ଫଳ। ବିଜୁ ବାବୁଙ୍କୁ ପଛ ପଟୁ ଛୁରା ମାରିଥିଲେ ବିଜୟ ମହାପାତ୍ର। ଆଉ ଆଜି ତାଙ୍କ ପୁଅ ସେହି କାର୍ଯ୍ୟକ୍ରମରେ ଅଛନ୍ତି।
ସେ କହିଛନ୍ତି, ପାଟକୁରାରେ ଯେତେବେଳେ କୌଣସି ଦଳୀୟ କାର୍ଯ୍ୟକ୍ରମ ବା ବନ୍ଧୁମିଳନ ହେଉଛି, ସେଥିରେ ବ୍ୟାନରରେ ଦଳୀୟ ଚିହ୍ନ ଓ ଦଳର ସଭାପତିଙ୍କ ଫଟୋ ରହୁନାହିଁ। ଏହା ପାଟକୁରାରୁ ଆରମ୍ଭ ହୋଇ ସାରା ରାଜ୍ୟକୁ ବ୍ୟାପିଛି। ଧରାପଡ଼ିଗଲା ପରେ ସେ (ଅରବିନ୍ଦ ମହାପାତ୍ର) କହୁଛନ୍ତି ଯେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା, ତାହା ଜାଣି ପାରୁ ନାହାନ୍ତି। ତାଙ୍କ ବାପାଙ୍କ ପାଇଁ ଟିକେଟ ଖଣ୍ଡେ ପାଇଛନ୍ତି ଓ ବାପାଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ବାପା ଯେମିତି ବୁଝାଉଛନ୍ତି, ପୁଅ ସେମିତି ଚାଲୁଛନ୍ତି। ପାଟକୁରାରେ ବାପ-ପୁଅର ଦଳ ହିସାବରେ ସେ କାର୍ଯ୍ୟକ୍ରମ ଚଲାଇ ଆସୁଛନ୍ତି।
ଅମରେଶ ଆହୁରି କହିଛନ୍ତି, ଅରବିନ୍ଦ ଦଳ ବିରୋଧୀ କାର୍ଯ୍ୟ କରିବା ସହିତ ଦୁର୍ନୀତିରେ ଲିପ୍ତ ରହିବା ଓ ବିଶ୍ୱାସଘାତ କରିବା ନେଇ ବିଜେଡି ସଭାପତି କେଉଁ ଉତ୍ସରୁ ତଥ୍ୟ ପାଇଲେ ବୋଲି ଆଲୋଚନା ହେଉଛି। ବିଜୁ ଜନତା ଦଳର ଗୁଇନ୍ଦା ବହୁତ ଦୃଢ଼। ଦୀର୍ଘ ୨୨ ମାସ ହେଲାଣି ଏହା ଧୀରେ ଧୀରେ ସୂଚନା ଦେଇ ଚାଲିଛି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |