ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳରେ ବଢ଼ୁଥିବା ତୀବ୍ର ଅନ୍ତଃକନ୍ଦଳକୁ ଲୁଚାଇବା ପାଇଁ ଏକ କାଳ୍ପନିକ ଷଡ଼ଯନ୍ତ୍ର ‘ମିଡ୍ ଡେ ଅପରେସନ’ର କାହାଣୀ ତିଆରି କରାଯାଇଛି, ଯାହାକୁ ଦଳର ବରିଷ୍ଠ ନେତାମାନେ ବି ବିଶ୍ୱାସ କରୁନଥିବାରୁ ସେମାନେ ଏହି ପ୍ରସଙ୍ଗରେ ନିରବ ରହୁଛନ୍ତି ବୋଲି ଚର୍ଚ୍ଚା ।ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକର ଆଖ୍ୟା ଦେଇ ଦୁଇ ବିଧାୟକଙ୍କୁ ନିଲମ୍ବନ କରିବା ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିଛି । ଏହି ନିଲମ୍ବନ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବା ପାଇଁ ବିଗତ ୩ଦିନ ଧରି ବିଜେଡି ନିଜର ଅପରିପକ୍ୱ ଓ ଅନଭିଜ୍ଞ ଜୁନିୟର ନେତାମାନଙ୍କ ମୁହଁରେ ଯେଉଁସବୁ ରାଜନୀତିକ ଡ୍ରାମା ପ୍ରସ୍ତୁତ କରୁଛି ତାହା ବି ବୁମେରାଂ ହେବାରେ ଲାଗିଛି ।ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ମୁହଁରେ ଦଳକୁ ବିଭାଜନ ପାଇଁ ‘ମିଡ୍ ଡେ ଅପରେସନ’ର ପ୍ରୟାସ ହେଉଥିଲା ବୋଲି ଗତକାଲି କହିଥିବା ବିଜେଡି, ଆଜି କୌଣସି ତଥ୍ୟ ପ୍ରମାଣ ନରଖି ଓଲଟା ଆଉଜଣେ ରାଜନୀତିକ ପ୍ରାସଙ୍ଗିକତା ନଥିବା ଅମରେଶ ପତ୍ରୀଙ୍କ ଭଳି ଜୁନିୟରଙ୍କ ମୁହଁରେ ଯେଉଁ ଯୁକ୍ତି ବାଢ଼ିଛି ତାହା ଦଳର ଦୁର୍ବଳ ରଣନୀତିକୁ ପଦାରେ ପକାଇ ଦେଇଥିବା ଚର୍ଚ୍ଚା । ଏହି ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନେ ଧରାଛୁଆଁ ଦେଉନଥିବା ମଧ୍ୟ ପ୍ରମାଣିତ ହୋଇଛି।ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ମୁହଁରେ ଦଳକୁ ବିଭାଜନ ପାଇଁ ‘ମିଡ୍ ଡେ ଅପରେସନ’ର ପ୍ରୟାସ ହେଉଥିଲା ବୋଲି ଗତକାଲି କହିଥିବା ବିଜେଡି, ଆଜି କୌଣସି ତଥ୍ୟ ପ୍ରମାଣ ନରଖି ଓଲଟା ଆଉଜଣେ ରାଜନୀତିକ ପ୍ରାସଙ୍ଗିକତା ନଥିବା ଅମରେଶ ପତ୍ରୀଙ୍କ ଭଳି ଜୁନିୟରଙ୍କ ମୁହଁରେ ଯେଉଁ ଯୁକ୍ତି ବାଢ଼ିଛି ତାହା ଦଳର ଦୁର୍ବଳ ରଣନୀତିକୁ ପଦାରେ ପକାଇ ଦେଇଥିବା ଚର୍ଚ୍ଚା । ଏହି ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନେ ଧରାଛୁଆଁ ଦେଉନଥିବା ମଧ୍ୟ ପ୍ରମାଣିତ ହୋଇଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |