January 25, 2026

Now Odisha

Now Odisha

ଭଦ୍ରକ ଜିଲ୍ଲାରେ ୨୨ ହଜାର ଛାତ୍ର ଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା

Spread the love

ଭଦ୍ରକ : ଆସନ୍ତା ଫେବ୍ରୁଆରି ୧୯ ତାରିଖ ଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଭଦ୍ରକ ଜିଲ୍ଲାରେ ଶିକ୍ଷା ବିଭାଗ ପ୍ରସ୍ତୁତିରେ ଲାଗି ପଡ଼ିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟରୁ ପ୍ରକାଶ ଯେ, ଚଳିତ ବର୍ଷ ଜିଲ୍ଲାର ୭ ବ୍ଲକରେ ପ୍ରାୟ ୨୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିବା ସହ ପରୀକ୍ଷା ପାଇଁ ଫରମ ଫିଲବ କରିଛନ୍ତି।

ଏଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ମୋଟ ୧୧୫ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ପରୀକ୍ଷାର ପ୍ରଶ୍ନ ପତ୍ର ରହିବା ପାଇଁ ଜିଲ୍ଲାରେ ୧୧ ଟି ନୋଡାଲ ସେଣ୍ଟର କରାଯାଇଛି। ଏହି ନୋଡାଲ କେନ୍ଦ୍ରରେ ପ୍ରଶ୍ନ କଡା ସୁରକ୍ଷା ବଳୟରେ ରହିବ। ପରୀକ୍ଷା ଦିନ ସକାଳୁ ଏଠାରୁ ସ୍ଵତନ୍ତ୍ର ଟିମ ଦ୍ଵାରା ପରୀକ୍ଷା କେନ୍ଦ୍ରକୁ ଯିବ।

ପରୀକ୍ଷା ପରେ ଖାତା ପୁଣି ସୁରକ୍ଷିତ ଭିତରେ ନୋଡାଲ କେନ୍ଦ୍ରକୁ ଆସିବ। ଏଥିପାଇଁ ମୋଟ ୧୧୫ ଜଣ କେନ୍ଦ୍ର ପରିଚାଳକ ଓ ୯୧୦ ଜଣ ପରୀକ୍ଷା ନିୟନ୍ତ୍ରକଙ୍କୁ ନିଯୁକ୍ତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭଦ୍ରକ ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ସମ୍ବଡକୁ କହିଥିବା ବେଳେ ଆଉ କିଛି ପରୀକ୍ଷାର୍ଥୀଙ୍କ ସଂକ୍ଷା ଓ ପରୀକ୍ଷା ନିୟନ୍ତ୍ରକଙ୍କ ସଂଖ୍ୟା ବୃଦ୍ଧି ହୋଇପାରନ୍ତି। ଚୂଡାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ଶ୍ରୀ ସାହୁ କହିଛନ୍ତି।

error: Content is protected !!