ଜାପାନର ଟୋକିଓଠାରେ ଥିବା ରେଙ୍କୋଜି ମନ୍ଦିରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବେ ଓଡ଼ିଆ ପୁଅ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଓଡ଼ିଆ ପୁଅ ସତ୍ୟ ସୁତାର ସେଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇବେ । ରେଙ୍କୋଜି ମନ୍ଦିରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବେ ଓଡ଼ିଆ ପୁଅ ଶ୍ରୀ ସୁତାର ।
ପ୍ରତି ବର୍ଷ ନେତାଜୀ ଜୟନ୍ତୀ ଅବସରରେ ଶ୍ରୀ ସୂତାର ନେତାଜୀଙ୍କର ଗୌରବର ଗାଥାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରି ଆସୁଛନ୍ତି।
ଓଡ଼ିଆ ପୁଅ ଶ୍ରୀ ସୂତାର ୨୦୨୨ରେ ଭିଏତନାମର ଶାଇଗନଠାରେ, ୨୦୨୩ ମସିହାରେ ସେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ, ୨୦୨୪ରେ ଶ୍ରୀ ସୂତାର ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ପୋର୍ଟ ବ୍ଲେୟାରରେ, ୨୦୨୫ରେ ମଣିପୁରରର ଇମ୍ପାଲସ୍ଥିତ ମୋଇରାଙ୍ଗ ମାଟିରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସୂଚନା ଅନୁଯାୟୀ, ଜାପାନ ଏବଂ ଟୋକିଓ ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗଭୀର ସମ୍ପର୍କ ରହିଛି । ଯେଉଁଠାରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଜାଦ ହିନ୍ଦ ଫୌଜ (INA)ର ନେତୃତ୍ୱ ନେବାକୁ ଆସିଥିଲେ ଏବଂ ଆଜି ମଧ୍ୟ ତାଙ୍କ ଚିତାଭସ୍ମ ଟୋକିଓର ରେଙ୍କୋଜି ମନ୍ଦିରରେ ରଖାଯାଇଥିବା ବିଶ୍ୱାସ କରାଯାଇଥାଏ । ୧୮ ଅଗଷ୍ଟ ୧୯୪୫ରେ ତାଇୱାନରେ ବିମାନ ଦୁର୍ଘଟଣା ପରେ, ତାଙ୍କ ଅସ୍ଥିକୁ ଟୋକିଓ ଅଣାଯାଇଥିଲା ଏବଂ ୧୪ ସେପ୍ଟେମ୍ବର ୧୯୪୫ରେ ରେଙ୍କୋଜି ମନ୍ଦିରରେ ରଖାଯାଇଥିଲା ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “