ମାଲକାନଗିରି: ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ପଡିଆ ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସକାଳ ୩ରୁ ୪ ଭିତରେ ଏହି ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଥିବା ବେଳେ ମୃତ ଯୁବକ ଦୁଇ ଜଣ ଗୋଟିଏ ଧଳା ସିଲଭର ରଙ୍ଗର ବୁଲେଟ ଗାଡ଼ିରେ ଗୋଲାଗୁଡା ଆଡୁ ପଡିଆ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ କୁମ୍ଭାର ସାହି ନିକଟ ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇଯାଇଥିଲେ।
ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ସକାଳେ ସ୍ଥାନୀୟ ଲୋକମାନେ ଦୁଇ ଜଣ ଯୁବକଙ୍କୁ ପଡି ରହିଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମରଶରୀର ଉଦ୍ଧାର କରିଥିଲା। ମୃତ ଯୁବକ ଦୁଇଜଣ ହେଲେ ପଡିଆ ଗ୍ରାମର ଦିଲ୍ଲୀପ କୁମାର ଲିମାଙ୍କ ୨୮ ବର୍ଷ ବୟସର ପୁଅ ଦୀପକ କୁମାର ଲିମା। ଅନ୍ୟ ଜଣେ ବୃନ୍ଦା ହ୍ୱନ୍ତାଳଙ୍କ ୨୯ ବର୍ଷ ବୟସର ପୁଅ ସମୀର ବୋଲି ଜଣାପଡିଛି।ମୃତ ଦୀପକଙ୍କ ଭଉଣୀ ବାହାଘରକୁ ୬ଦିନ ପରେ ହେବାକୁ ଥିବା ବେଳେ ପୁଅ ମୃତ୍ୟୁକୁ ନେଇ ବାପା ଦିଲ୍ଲୀପ ଭାଙ୍ଗି ପଡିଛନ୍ତି।
ଏନେଇ ପଡିଆ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲା।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |