ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୧୦ ଜଣ ବିଧାୟକମାନଙ୍କୁ ଭେଟି ସେମାନଙ୍କ ସହ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣକୌଶଳ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଜେପି ସରକାର ବିରୁଦ୍ଧରେ ସୃଷ୍ଟି ହୋଇ ଥିବାପ୍ରବଳ ଜନ ଅସନ୍ତୋଷ କୁ ଅସ୍ତ୍ର କରି ଲୋକଙ୍କ ନିକଟତର ହେବାକୁ ସେ ପରାମର୍ଶ ଦେଇଥିଲେ।
ସରକାରଙ୍କ କାର୍ଯ୍ୟ, ପ୍ରତିଶ୍ରୁତି ପୂରଣରେ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥଲେ। ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ବିଶେଷ କରି ଚାଷୀଙ୍କ ସମସ୍ୟା, ଧାନ କିଣା ସ୍ଥିତି ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଥିଲେ। ବିଜୁ ଜନତା ଦଳ (ବିଜେଡି)ର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଜିର ବୈଠକରେ ବିଧାୟକ ସର୍ବଶ୍ରୀ ପ୍ରତାପ କେଶରୀ ଦେବ, ବିଭୁତି ଭୂଷଣ ବଳବନ୍ତରାୟ, ସାରଦା ପ୍ରସନ୍ନ ନାୟକ, ଦେବୀରଞ୍ଜନ ତ୍ରିପାଠୀ, ଶୋଭିକ ବିଶ୍ୱାଳ, ଯୋଗେଶ କୁମାର ସିଂହ, ଅଧୀରାଜ ମୋହନ ପାଣିଗ୍ରାହୀ, ସୁନୀଲ ମହାନ୍ତି, ରୁପେଶ ପାଣିଗ୍ରାହୀ ଓ ରୋହିତ ଜୋସେଫ ତୀର୍କୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “