ପୁଣି ଲାଗିଲା ମାଓବାଦୀ ପୋଷ୍ଟର କନ୍ଧମାଳ – ରାୟଗଡ଼ା ଜିଲ୍ଲା ସୀମାନ୍ତ ବର୍ତ୍ତୀ କୋଟଗଡ ବ୍ଲକ ନିକଟସ୍ଥ ତେଲେଙ୍ଗା ପଦର ଛକରେ କିଛି ଦିନର ନୀରବତା ପରେ ପୁଣି ଜିଲ୍ଲା ସୀମାନ୍ତ ରେ ମାଓବାଦୀ ଙ୍କ ଉପସ୍ଥିତି ଜାହିର କରି ମାଓବାଦୀ ମାନେ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି ।
ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି।
ରାୟଗଡ଼ା ଜିଲ୍ଲା ଅଞ୍ଚଳ ବଂଶଧାରା ଘୁମୁସର ନାଗାବଳୀ (ବାହୁନା) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବାର ବ୍ୟାନର କୁ ନେଇ ପୁଲିସ ଚିନ୍ତାରେ ପଡିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲା ସିମାନ୍ତ ଫୁଲବାଣୀ ଜିଲ୍ଲା ରେ ଏବେ ମାଓବାଦୀ ଦମନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ କିଛି ମାଓବାଦୀ ରାୟଗଡ଼ା ଜିଲ୍ଲା ର ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳ ରେ ନିଜର ସୁରକ୍ଷା ପାଇଁ ଘୁରି ବୁଲୁଥିବା ଜଣାପଡିଛି। ଏହି ବ୍ୟାନର ରେ ଖଣି ଖାଦାନ କୁ ବିରୋଧ କରି ବିଭିନ୍ନ ବିଷୟ ଉଲ୍ଲେଖ ଥିବା ଜଣାପଡିଛି ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “