ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ପାଇଁ ଆଡଭାଇଜରି।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଆଡଭାଇଜରି। ଆଗୁଆ ପହଞ୍ଚିବା ସହ ଚେକ୍-ଇନ୍ରେ ସମୟ ଦେବାକୁ ଯାତ୍ରୀଙ୍କୁ ଅନୁରୋଧ।ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ। ଚତୁର୍ଥ ଶନିବାର, ରବିବାର ଏବଂ ସୋମବାର ଦିନ ଗଣତନ୍ତ୍ର ଦିବସ ।
ଆଗାମୀ ସାଧାରଣତନ୍ତ୍ର ଦିବସ ଏବଂ ସପ୍ତାହାନ୍ତର ଲଗାତାର ଛୁଟିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଏକ ଯାତ୍ରୀ ପରାମର୍ଶାବଳୀ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବା ଆଶଙ୍କା ରହିଛି ।
ଏହାସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଥିବାରୁ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଯାତ୍ରୀଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ କୁହାଯାଇଛି । ବିମାନବନ୍ଦରରେ ଭିଡ଼ ଏବଂ କଡ଼ା ଯାଞ୍ଚ ପ୍ରକ୍ରିୟା ପାଇଁ ଯାତ୍ରୀମାନେ ନିଜ ବିମାନ ଉଡ଼ାଣର ଯଥେଷ୍ଟ ସମୟ ପୂର୍ବରୁ ପହଞ୍ଚିବା ଆବଶ୍ୟକ ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |