January 25, 2026

Now Odisha

Now Odisha

ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |

Spread the love

ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଧାମନଗର ବ୍ଲକ ଦିହୁଡ଼ି ଆନନ୍ଦପୁର ଠାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପାଚେରୀ ଓ ପ୍ରବେଶ ଗେଟ୍ ନିର୍ମାଣରେ ସରକାରୀ ନିୟମାବଳୀ କୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଛି।

ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ହେଉଥିବା ଏହି ପ୍ରକଳ୍ପରେ ନିମ୍ନମାନର କାମ କରି ସରକାରୀ ଅର୍ଥକୁ ହରିଲୁଟ କରାଯାଉଥିବା ସ୍ଥାନୀୟ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କୁ ବଦନାମ କରିବାର ଏକ ଚକ୍ରାନ୍ତକୁ ଏଡାଇ ଦିଆ ଯାଇନପାରେ। ଏନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଥାଉକି ଏକ ସୁରକ୍ଷା ପାଚେରୀ ପାଇଁ ଅତିକମରେ ୨.୫ ରୁ ୩ ଫୁଟ୍ ଗଭୀର ର ଫାଉଣ୍ଡେସନ ଏବଂ ସେଥିରେ ଫାଉଣ୍ଡେସନ ବିମ ରହିବା କଥା। ମାତ୍ର ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରର ପଛପଟ ପାଚେରୀ ରେ କୌଣସି ଫାଉଣ୍ଡେସନ ବିମ ଦିଆଯାଇ ନାହିଁ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ଭିତିଭୂମି ମାନକ ଅନୁଯାୟୀ, କଂକ୍ରିଟ ପାଇଁ ଗ୨୦ କିମ୍ବା ଗ୨୫ ଗ୍ରେଡ ବ୍ୟବହାର ହେବା ଜରୁରୀ। କିନ୍ତୁ ଏଠାରେ ଅତି ନିମ୍ନମାନର ସିମେଂଟ, ବାଲି ଓ ଆଗ୍ରିଗେଟ ବ୍ୟବହାର କରାଯାଇ ପିଲର ଛିଡ଼ା କରାଯାଉଛି। ଠିକାଦାର କୌଣସି ନାମୀ କମ୍ପାନୀର ଆପ୍ରୁଭ୍‌ଡ ରଡ୍ ବଦଳରେ ସ୍ଥାନୀୟ ନିମ୍ନମାନର ରଡ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ନିୟମ ଅନୁଯାୟୀ, ମୁଖ୍ୟ ଗେଟ ପାଇଁ ଶକ୍ତିଶାଳୀ ଜଉଉ ପିଲର ଓ ନୂଆ ଭିତିଭୂମି ଆବଶ୍ୟକ।

ମାତ୍ର ଲାଭଖୋର ମନୋଭାବ ରଖି ଠିକାଦାର ପୁରୁଣା ଭଗ୍ନ କାନ୍ଥ ଉପରେ ହିଁ ନୂଆ ଗେଟ ଲଗାଇଛନ୍ତି, ଯାହାକି ଭବିଷ୍ୟତରେ ଏକ ବଡ଼ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଏହି କାର୍ଯ୍ୟସ୍ଥଳ କୁ ବିଭାଗୀୟ ଅଧିକାରୀ ଆସୁନାହାନ୍ତି। ଫଳରେ ନିର୍ମାଣର ମାନ ଯାଂଚ କରିବାକୁ କେହି ନାହାନ୍ତି। ଅଭିଯୋଗ ହେଉଛି ଯେ, ସ୍ଥାନୀୟ ଅଂଚଳ କିଛି ବ୍ୟକ୍ତି ସରକାରୀ ଦଲାଲ ସାଜି ସରକାର ତଥା ମନ୍ତ୍ରୀ ଙ୍କୁ ବଦନାମ କରିବା ସହ କାମକୁ ନିମ୍ନ ମାନର କରି ନିଜର ବ୍ୟକ୍ତିଗତ ଫାଇଦା ପାଇଁ ସେ କାର୍ଯ୍ୟର ମାନ ସହ ସାଲିସ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଯଦି ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟକୁ ସୁଧାର କରାନଯାଏ, ତେବେ ଆଗାମୀ ଦିନରେ ଅଂଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିଥିଲେ ବି ସେ କୌଣସି ସନ୍ତୋଷ ଜନକ ଉତର ଦେଇନଥିଲେ। କାମ ଠିକ ହେଉଛି ବୋଲି କହିଥିଲେ।

error: Content is protected !!