ଆଜି ଭଦ୍ରକ ଚାନ୍ଦବାଲି ରୋଡ଼ ସରକାର ନଗର ଛକ ଜାସ୍ ମେଡିକାଲ ସମ୍ମୁଖରେ ମାଟି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୨୧ ରେ ୟୁସୁଫପୂର ଗ୍ରାମ ସଭାପତି ଶେଖ ଆଲାଉଦ୍ଦିନଙ୍କ ସୁପୁତ୍ର ଶେଖ ସହିଦ (୩୩) ।
ଏହି ଘଟଣାରେ ଉତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ଗ୍ରାମାଂଚଳ ଥାନା ଓ ଟାଉନ ଥାନା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତକୁ ଆସିଥିଲା। ଶେଖ ସହିଦ ଜଣେ ମିଷ୍ଟଭାଷୀ ଓ ସଦା ମେଳାପି ସ୍ୱଭାବର ଯୁବକ । ଏହି ଘଟଣାର ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଭଦ୍ରକ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ସେକ ସହୀଦ କାଦ୍ରି ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!