ଏପ୍ରିଲରେ ରାଜ୍ୟସଭା ନିର୍ବାଚନ । ହେଲେ ଏବେଠୁ ହାରଜିତ ନେଇ ନେତାଙ୍କ ବଡ ଆକଳନ । ବିଜେପି କହିଲାଣି ୩ ସିଟ୍ ଆମର । ମାନେ ଦଳ ତ ଦୁଇଟି ସିଟ୍ ଜିତିବା ପକ୍କା । ହେଲେ ଚତୁର୍ଥ ସିଟ୍ ପାଇଁ ଅଙ୍କକଷା ଚାଲିଥିବା ବେଳେ ସେହି ସିଟ୍ ବି ଜିତିବା ନେଇ ଦମ୍ବୋକ୍ତି ପ୍ରକାଶ କରୁଛନ୍ତି ବିଜେପି ନେତା । ତେଣୁ ଏବେଠାରୁ ରୋଚକ ହେଲାଣି ରାଜନୀତି ।
ଚତୁର୍ଥ ଆସନ ପାଇଁ ବିଜେଡିର ଆଭିମୁଖ୍ୟ କଣ ରହିବ ସେନେଇ ନବୀନ କସରତ ଚଳାଇଥିବା ଚର୍ଚ୍ଚା ହେଉଛି। ସେପଟେ ପ୍ରାର୍ଥୀ ଦେବ କହି କଂଗ୍ରେସ ଏବେ ରାଜ୍ୟସଭା ଅଙ୍କ ଗଡବଡ କରିବାକୁ ଅଣ୍ଟା ଭିଡିଛି।
ବିଜେପିର ଜଣକ ପରେ ଜଣେ ନେତା ସାମ୍ନାକୁ ଆସି ରାଜ୍ୟସଭା ନିର୍ବାଚନ ନେଇ ପ୍ରତିଦିନ ରଖୁଛନ୍ତି ବୟାନ। ବିଶେଷ ରାଜ୍ୟସଭାର ଚତୁର୍ଥ ସିଟ ବିଜେପି ଖାତାକୁ ଆସିବ ବୋଲି ଦମ୍ଭୋକ୍ତି ବାଢୁଛନ୍ତି। ପ୍ରଥମେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହାପରେ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା। ଆଉ ଏବେ ବିଜେପି ବିଧାୟକ ବାବୁ ସିଂ ପୁଣି ଦମ୍ଭୋକ୍ତି ବାଢିଛନ୍ତି। ସିଧା କହିଛନ୍ତି ରାଜ୍ୟସଭାର ଚାରି ନମ୍ବର ଆସନ ଆମର।
କଂଗ୍ରେସ ପ୍ରାର୍ଥୀ ଦେବା ଏବଂ ବିଜେଡି ବିଧାୟକଙ୍କର ନବୀନଙ୍କ ଉପରୁ ବିଶ୍ବାସ ତୁଟିବା, ରାଜ୍ୟସଭା ଅଙ୍କ ସେଇଠୁ ହିଁ ବିଗିଡି ପାରେ। ବିଜେପି ପାଖରେ ଦୁଇଟି ସିଟ ନିଶ୍ଚିତ ରହିଛି। ବିଜେଡି ପାଖରେ ଗୋଟିଏ ସିଟର ସଂଖ୍ୟା ରହିଛି। ତେବେ ସେ ସଂଖ୍ୟା ଶେଷ ଦିନ ପର୍ଯ୍ୟନ୍ତ ଥିବ କି ନଥିବ, ତାକୁ ନେଇ ସନ୍ଦେହ ରହିଛି। ଅପେକ୍ଷା କରନ୍ତୁ, ଚତୁର୍ଥ ଆସନ ବି ଆମର ହେବ ବୋଲି କହିଛନ୍ତି ବାବୁ ସିଂ।
ଯଦି ସଂଖ୍ୟା ଗଣିତ ଅନୁସାରେ ବିଜେଡି ଖାତାକୁ ଗୋଟିଏ ରାଜ୍ୟସଭା ସିଟ ଯିବା ପକ୍କା। ତେବେ ଚତୁର୍ଥ ଆସନକୁ ନେଇ ସସପେନ୍ସ। ଆଉ ଚତୁର୍ଥ ଆସନରେ କିଏ ଯିବ ରାଜ୍ୟସଭା ନବୀନ ବଡ ଭୂମିକା ନେବେ ବୋଲି ଚର୍ଚ୍ଚା। ୨୪ ନିର୍ବାଚନ ପରେ ନବୀନ ଏଥର କେଉଁ ମାଷ୍ଟର ଷ୍ଟ୍ରୋକ ଖେଳିବେ ତା ଉପରେ ନଜର ରହିଛି। ଏବଂ ତାକୁ ନେଇ ଏକ୍ସସରସାଇଜ ଚଳାଇଛନ୍ତି ନବୀନ । ଏପରି ସମୟରେ ପିସିସି ସଭାପତି ଭକ୍ତ ଦାସ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି କହି ନୂଆ ସମୀକରଣ ସୃଷ୍ଟି କରିଛନ୍ତି। କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ସଂଖ୍ୟା ଗଣିତ ଯାହା ହେଉ ନା କାହିଁକି ରାଜ୍ୟସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ରାଜ୍ୟସଭାର ଚତୁର୍ଥ ସିଟ ହିଁ ରାଜ୍ୟ ରାଜନୀତିର ଆଗାମୀ ସମୀକରଣ ପୁରା ଚିତ୍ର ସ୍ପଷ୍ଟ କରିଦେବ।

More Stories
ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ଗ୍ରାମବାସୀଙ୍କ ବିରୋଧ |
ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ
ଟ୍ରେଲରକୁ ପିଟିଲା ଯାତ୍ରୀବାହୀ ବସ୍; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସଙ୍କଟାପନ୍ନ ଅନେକ ଯାତ୍ରୀ