ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସାରା ରାଜ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆକ୍ରୋଶ ସମାବେଶ କରାଯାଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଏରସମାରେ ଦେଖିବାକୁ ମିଳିଛି ବିଜେପିର ବିରାଟ ଜନଆକ୍ରୋଶ ସମାବେଶ।ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପି ନେତାମାନେ ବିଷୋଦଗାର କରିବା ସହ ଆଗାମୀ ୨୦୨୪ ନିର୍ବାଚନରେ ରାଜ୍ୟବାସୀ ବିଜୁ ଜନତା ଦଳକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।ରାଜ୍ୟରେ ଦୀର୍ଘଦିନ ଧରି ବିଜୁ ଜନତା ଦଳ କୁଶାସନ ଚଳାଇ ରାଜ୍ୟକୁ ଲୁଟି ଚାଲିଛି ବୋଲି ବିଜେପି ଅଭିଯୋଗ କରିଛି।ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜନଆକ୍ରୋଶ ସମାବେଶ କରାଯାଉଛି।ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିରାଟ ଜନ ଆକ୍ରୋଶ ସମାବେଶ କରାଯାଇଥିଲା।ତେବେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ନେତା ଓ ସଂଗଠକ ମାନଙ୍କ ସହ ଏରସମା ବ୍ଲକର ୨୫ଟି ପଞ୍ଚାୟତରୁ ହଜାର ହଜାର ବିଜେପି ସମର୍ଥକ ଶୋଭା ଯାତ୍ରାରେ ଆସି ଏରସମା ବ୍ଲକ ସମ୍ମୁଖରେ ଆୟୋଜିତ ଜନ ଆକ୍ରୋଶ ସମାବେଶରେ ଯୋଗ ଦେଇଥିଲେ।ବିଜେପି ନେତା ସଞ୍ଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବିଜେପି ରାଜ୍ୟ ଉପସଭାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ।ସରକାର ଦୁର୍ନୀତି ରେ ବୁଡି ରହିଥିବା ବେଳେ ବ୍ଲକ ଅଫିସ ମାଧ୍ୟମରେ ରାଜ୍ୟ ବାସୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ କରିବା ସହ ଗଣମାଧ୍ୟମ ଜରିଆରେ ବିଧାୟକ ଓ ଅଫିସର ମାନେ ଖଣ୍ଡନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ।ବିଜେପି ଯୁବନେତା ସତ୍ୟ ସାରଥୀ ମହାନ୍ତି,ରାଜଶ୍ରୀ ପଟ୍ଟନାୟକ,ଶିବବ୍ରତ ଦାସ,ଶଶୀକାନ୍ତ ପରିଡା,ନୃସିଂହ ଚରଣ ସାହୁ,ନିରାକାର ସ୍ୱାଇଁ,ମୋହିତ ମହାନ୍ତି,ନିରୁପମା ସ୍ୱାଇଁ ପ୍ରମୁଖ ନେତାଙ୍କ ନେତୃତ୍ୱରେ ଏରସମା ବ୍ଲକର ୨୫ଟି ପଞ୍ଚାୟତରୁ ଶତାଧିକ ପୁରୁଷ ମହିଳା ବିଜେପିର ଜନଆକ୍ରୋଶ ସମାବେଶରେ ଯୋଗଦେଇଥିଲେ।ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ଶୋଷଣ କରୁଥିବା ବେଳେ ଆଗାମୀ ୨୦୨୪ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିକୁ ସାଧାରଣ ଜନତା ନିଶ୍ଚିତ ଆପଣେଇ ନେବେ।ବିଜେଡି ସରକାର ପତନ ଘଟିବ ବୋଲି ସ୍ଥାନୀୟ ନେତାମାନେ ଆଶା ପୋଷଣ କରିଥିଲେ।ଏରସମାରେ ଆୟୋଜିତ ବିଜେପିର ଜନଆକ୍ରୋଶ ସମାବେଶର ଆୟୋଜନ ବିଜେପିକୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଛି। ଜନତା ଙ୍କର ସବୁ ଅସୁବିଧାରେ ତାଙ୍କ ସହ ସବୁ ଦିନ ରହିବେ ବୋଲି ସତ୍ୟସାରଥୀ ମହାନ୍ତି କହିଛନ୍ତି।
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ