ପ୍ରଶାସନ ନାକ ତଳେ ଚାଲିଛି ବେଧଡକ କାରବାର
ନିଆଳି-: ରାଜ୍ୟ ସରକାର ଗୁଟଖା ବିକ୍ରି ବନ୍ଦ କରି ବାହା ବାହା ନେଉଛନ୍ତି କିନ୍ତୁ
କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଧଳା ଜହର ସାଙ୍ଗକୁ ଚୋରା ଗଞ୍ଜେଇ କାରବାର ଢେର ବଢିଲାଣି।
ଗତ କିଛି ମାସ ହେବ କଟକ ଜିଲ୍ଲା ନିଆଳି, ମାଧବ, କରାଙ୍ଗ, ଗୁଣ୍ଡର, ବିନିଶପୁର, କୃଷ୍ଣ ପ୍ରସାଦ,
ଶିଖର ଘାଟ, ସିଠାଳୋ, ଏରଞ୍ଚ ଅଞ୍ଚଳରେ ଧଳା ଜହର ଯାହାକୁ ଯେତେ ମିଳୁଛି। ଗୋଟିଏ ଛୋଟ
ପୁଡ଼ିଆ ଦାମ ୩୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଜଗତସିଂହପୁର,
ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରୁ ଏହି ଚୋରା ଧଳା ଜହର (ବ୍ରାଉନସୁଗାର) ନିଆଳି ଆସୁଛି ଏବଂ
ଚୋରାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି। ଜଣେ ବ୍ରାଉନ ସୁଗାର ବେପାରି ଥାନା
ଠାରୁ ଏକ ଘରୋଇ ମେଡିକାଲ ପାଖାପାଖି ଧଳା ଜହର ବିକ୍ରି କରୁଥିବା ବେଳେ ସମୟ ଓ ସୁଯୋଗ
ଦେଖି ନିଆଳି ସରକାରୀ ମଦ ଦୋକାନ ନିକଟରେ ଖୋଲା ଖୋଲି ଧଳା ଜହର ବିକ୍ରି କରୁଥିବା
ନେଇ ଅଭିଯୋଗ ହୋଇଛି। ଏହି ଧଳା ଜହର ସେବନ କରି ପିଲାରୁ ଭେଣ୍ଡା ଏବଂ କଲେଜ ଛାତ୍ର
ସର୍ବଶାନ୍ତ ହୋଇ ସାରିଲେଣି। ଏପରିକି ନିଆଳି ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ସରକାରୀ
ଅଧିକାରୀଙ୍କ ପିଲା ମାନେ ବି ଧଳା ଜହର କବଳରେ କବଳିତ ହୋଇଥିବା ନେଇ ସୂଚନା ମିଳିଛି।
ଧଳା ଜହର ନିଆଳି ଅଞ୍ଚଳରେ ପାଖାପାଖି ମାସିକ କୋଟିଏ ଟଙ୍କାର କାରବାର ହେଉଥିବା ନେଇ
ଅଭିଯୋଗ ହେଉଥିଲେ ସୁଦ୍ଧା କଟକ ଜିଲ୍ଲା ଅବକାରୀ ବିଭାଗ ନିରବ ଦ୍ରଷ୍ଟା ଯୋଗୁଁ। ବିଭିନ୍ନ ଛକ
ବଜାର ମାନଙ୍କରେ ଧଳା ଜହର ଚୋରାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି ଅବକାରୀ
ବିଭାଗ ଜବତ କରିବାରେ ପଛ ଘୁଞ୍ଚା ଯୋଗୁଁ ନିଆଳି ବାସିନ୍ଦା ଅବକାରୀ ବିଭାଗ ଉପରେ ଭରଷା
ତୁଟାଇ ସାରିଲେଣି। ରାଜ୍ୟ ସରକାର ଗୁଇନ୍ଦା ବିଭାଗ ଦ୍ୱାରା ଚୋରା ଧଳା ଜହର ବିକ୍ରି କରୁଥିବା
ବେପାରୀ ମାନଙ୍କୁ ଚିହ୍ନଟ କରନ୍ତେ ଏବଂ ଧଳା ଜହର କାରବାରକୁ ପ୍ରୋତ୍ସାହନ କରିଥିବା କେଉଁ
ଅଧିକାରୀ ସମ୍ପୃକ୍ତ ଅଛନ୍ତି ତାହା ସହଜେ ଜଣାପଡନ୍ତା ବୋଲି ସାଧାରଣର ଲୋକେ ସୂଚନା ଦେଇଛନ୍ତି।
ଧଳା ଜହର ନିଆଳିରେ କାୟା ମେଲାଇଥିବା ବେଳେ ଚୋରା ଗଞ୍ଜେଇ କେଉଁ ଆଡୁ ଆସୁଛି ବୋଲି
ଅଭିଯୋଗ ହୋଇଛି। ସୂଚନା ଅନୁସାରେ ନିଆଳି ଅଞ୍ଚଳରେ ଗଞ୍ଜେଇ ବ୍ୟବସାୟୀ ପାଇଁ ସରକାରୀ
ସ୍ୱୀକୃତି ନାହିଁ ତା’ସ୍ୱତ୍ତ୍ୱେ ଗଞ୍ଜେଇ କେଉଁ ଆଡୁ ଆସୁଛି ବୋଲି ନିଆଳି ବାସୀ ଅଭିଯୋଗ କରିଛନ୍ତି।
ଗୋଟିଏ ଗୋଟିଏ ପୁଡିଆ ୫୦ ଟଙ୍କାରୁ ୫୦୦ ଟଙ୍କାରେ ଚୋରା ଗଞ୍ଜେଇ ବିକ୍ରି ହେଉଥିବା
ଅଭିଯୋଗ ହେଉଛି। ରାଜ୍ୟ ସରକାର ଧଳା ଜହର ଓ ଗଞ୍ଜେଇ ନିଶାର ମାୟା ଜାଲରେ ପଡିଥିବା
ନିଆଳି ଅଞ୍ଚଳର ନିଶାଡିଆ ମାନଙ୍କୁ ଉଦ୍ଧାର କରିବା ପାଇଁ ଦାବି ହୋଇଛି।

More Stories
ଅବିଭାବକ ଙ୍କ ମତ ନ ନେଇ ମନ ମୁଖି ଭାବେ ବାତ୍ୟା ଆଶ୍ରୟ ସ୍ଥଳୀରେ ଶିକ୍ଷା ଦାନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ।
ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ l
ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ଥଳ ସଚେତନତା କାର୍ଯ୍ୟକ୍ରମ କୋଇଲି ଘୁଘର ଠାରେ ଅନୁଷ୍ଠିତ,