February 4, 2026

Now Odisha

Now Odisha

ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର |

Spread the love

ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ଦିଗପହଣ୍ଡି: ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମର ବଡ଼ବନ୍ଧ
ପୋଖରୀରୁ ମଙ୍ଗଳବାର ସକାଳୁ ଏକ ନବଜାତ ଶିଶୁକନ୍ୟାଙ୍କ ମୃତଦେହ
ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ସକାଳ ୬ ଘଣ୍ଟା ସମୟରେ
ଗ୍ରାମର କିଛି ମହିଳା ମାନେ ପୋଖରୀକୁ ଗାଧୋଇବାକୁ ଯାଇଥିବା
ସମୟରେ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିଥିଲେ।
ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ପରିଲକ୍ଷିତ
ହୋଇଥିଲା। କୁମାରୀ ମାତୃତ୍ୱ ପରେ ଲୋକ ଲଜ୍ଜା ଭୟରେ ଜନ୍ମିତ
ଶିଶୁକନ୍ୟାଙ୍କୁ ମାରି ଦେଇ ପୋଖରୀ ପାଣିରେ ଫୋପାଡି ଦିଆଯାଇଥିବା
ନେଇ ଗାଁ ସାରା ଚର୍ଚ୍ଚା ଲାଗି ରହିଛି। ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି
ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡି ଚାଲିଯାଇଥିବା ଗ୍ରାମର
କିଛି ବ୍ୟକ୍ତି ଜଣାଇଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ଲିଙ୍ଗ ନିରୂପଣ ଓ ଭ୍ରୁଣହତ୍ୟା
ବିରୋଧରେ ବ୍ୟାପକ ଜନ ସଚେତନତା କରାଯାଉଥିଲେ ମଧ୍ୟ ଏବେବି ଶିଶୁକନ୍ୟା ସମସ୍ତଙ୍କ
ପାଇଁ ଅଲୋଡ଼ା ପାଲଟିଛି। ବେଟି ବଚାଓ ବେଟି ପଢାଅ ସ୍ଲୋଗାନ ନିରର୍ଥକ ହୋଇଛି।

error: Content is protected !!