ବାଲ୍ୟବିବାହ ମୁକ୍ତ ଭାରତ ସଚେତନତା ପାଇଁ ସାଇକେଲ ଶୋଭାଯାତ୍ରା
ବୋଡ଼େନ ,:-:
ଆଇନ ସେବା ପ୍ରାଧିକରଣ ପକ୍ଷରୁ
ବୋଡ଼େନ ଠାରେ ବାଲ୍ୟ ବିବାହ
ମୁକ୍ତ ଭାରତ ନିମନ୍ତେ ଜନ
ସଚେତନତା ସୃଷ୍ଟି ପାଇଁ ଏକ
ସାଇକେଲ ଶୋଭା ଯାତ୍ରା ଅନୁଷ୍ଠିତ
ହୋଇଯାଇଛି। ଏହି ସାଇକେଲ
ଶୋଭାଯାତ୍ରାକୁ ବୋଡ଼େନ ଜେ ଏମ
ଏଫ୍ ସି ମାଜିଷ୍ଟ୍ରେଟ ସୁଶ୍ରୀ ପଲ୍ଲବୀ
ଦାସ ସବୁଜ ପତାକା ଦେଖାଇ
ଶୁଭାରମ୍ଭ କରିଥିଲେ ତଥା ସମସ୍ତ
ପ୍ରତିଯୋଗୀ ମାନଙ୍କୁ ଭାରତକୁ ବାଲ୍ୟ
ବିବାହ ମୁକ୍ତ କରିବାକୁ ଆହ୍ୱାନ
ଦେଇଥିଲେ । କାର୍ଯ୍ୟକ୍ରମରେ ବିଜୁ
ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ
ବୋଡ଼େନର ଜାତୀୟ ସେବା
ଯୋଜନା ଅଧିକାରୀ ଡଃ କିଶୋର
କୁମାର କର୍ଣ୍ଣ ଓ ଜାତୀୟ ସେବା
ଯୋଜନାର ସ୍ୱେଚ୍ଛା ସେବୀ ସମେତ
ଆଇନଜୀବୀ ମାନଙ୍କ ମଧ୍ୟରୁ ହିରାଲାଲ
ମାଝୀ,ଯୋଗେନ୍ଦ୍ର ନାଥ ମାଝୀ,ଗୌତମ
ନିଆଲ, ହୃଷୀକେଶ ବିଶ୍ୱାଳ ପ୍ରମୁଖ
ଯୋଗଦାନ କରିଥିଲେ।

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!