February 4, 2026

Now Odisha

Now Odisha

ପରିଚୟ ଖୋଜୁଛନ୍ତି କୋହ୍ଲସାହି ଗାଁ ଲୋକେ |

Spread the love

ପରିଚୟ ଖୋଜୁଛନ୍ତି କୋହ୍ଲସାହି ଗାଁ ଲୋକେ
ଭୁବନେଶ୍ୱର,: ଆଜି ଆମେ
ଏଭଳି ଏକ ଗାଁ ସମ୍ପର୍କରେ କହିବାକୁ
ଯାଉଛି ଯାହାକୁ ଆଖିରେ ନ ଦେଖିଲେ
କେହି ବିଶ୍ୱାସ କରିବେନି । ଲୋକଙ୍କ
ପାଖରେ ପହଂଚିପାରନି ମୌଳିକ
ସୁବିଧା ସୁଯୋଗ । ଯନ୍ତ୍ରଣାରେ କାଳ
କାଟୁଛନ୍ତି ପିଲାଠୁ ବୟସ୍କ । ଡିଜିଟାଲ୍‌
ଇଣ୍ଡିଆର ନାରା ଦିଆଯାଉଥିବାବେଳେ
ଏଠାରେ ମଣିଷ ନିଜ ପରିଚୟ ଖୋଜୁଛି
। ଏଠିକାର ଲୋକଙ୍କ ପାଖରେ ନା ଅଛି
ଆଧାର କାର୍ଡ, ନା ଅଛି ଭୋଟର ଆଇଡି
। ଭାତ ଥାଳିରେ ଡାଲି, ତରକାରୀ
ବଦଳରେ ସାହାରା ପାଲଟିଛି ଲୁଣ,
ଲଙ୍କା ଓ ଜଙ୍ଗଲୀ କନ୍ଦା । ଆଉ ଏହି
ଗାଁଟି ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା
ବ୍ଲକ କରଞ୍ଜକଟା ପଂଚାୟତର
କୋହ୍ଲସାହି । ସତେ ଯେମିତି ବିକାଶ
ଏଠି ଆଖିଠାର ମାରୁଛି । ସ୍ୱାଧୀନତାକୁ
୭୮ ବର୍ଷ ପୂରିଥିଲେ ବି ଏମାନେ ନିଜ
ମାଟିରେ ଖୋଜୁଛନ୍ତି ପରିଚୟ ।
ଏଠାରେ ବସବାସ କରନ୍ତି ୧୦ଟି
ଭୂମିହୀନ ଆଦିବାସୀ ପରିବାର । ନା
ମୁଣ୍ଡ ଗୁଞ୍ଜିବାକୁ ଅଛି ପକ୍କା ଘର, ନା ଅଛି
ବିଦ୍ୟୁତ୍ ସଂଯୋଗ । ଝାଟିମାଟି ଛୋଟ
କୁଡ଼ିଆ ସାହା ଭରସା । ଏମାନଙ୍କ
ପାଖରେ ନାହିଁ ଆଧାର କାର୍ଡ କି ରାସନ
କାର୍ଡ । କୌଣସି ନେତା ଓ ମନ୍ତ୍ରୀଙ୍କ
ପାଦ ଏହି ମାଟିରେ ପଡ଼ି ନାହିଁ ।
ଆଜିଯାଏଁ ନିର୍ବାଚନର ସ୍ୱାଦ ଚାଖିନାହାନ୍ତି
ଏଠାକାର ଲୋକେ । ଭାତ ଥାଳିରେ
ବାସୀ ଭାତ ସହ ଟିକେ ଲଙ୍କା ଗୁଣ୍ଡ ।
ଏ ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ
। ଏଠାକାର ଲୋକଙ୍କ ପାଇଁ ଏହା
ନିତିଦିନିଆ ବାସ୍ତବତା । ହାତରେ
ମୁଠାଏ ବାସୀ ଭାତ ଆଉ ଲୁଣ, ଲଙ୍କା
। ଏହାକୁ ଖାଇ ଜୀବନ ବଂଚୁଛନ୍ତି ଏହି
ଅଭାବୀ ମଣିଷ । ତିଅଣ ଏଠି
ସାତସପନ । କେବେ ଭାଗ୍ୟରେ ଭଲ
ଥିଲେ ଜଙ୍ଗଲରୁ ମିଳେ ‘କନ୍ଦା’ ।
ସରକାରଙ୍କ ପୁଷ୍ଟିକର ଖାଦ୍ୟ ଯୋଜନା
ଏଠି କାଗଜ କଲମରେ ସୀମିତ ।

error: Content is protected !!