ଟ୍ରମ୍ପଙ୍କ ଟାରିଫ୍ ଧମକ,
ଜବାବ ଦେଲା କାନାଡା
କାନାଡ଼ା : ଯଦି ଚୀନ୍ ସହ ବାଣିଜ୍ୟ କରିବ ତେବେ ଲାଗୁ ହେବ
୧୦୦ପ୍ରତିଶତ ଟାରିଫ୍। କାନାଡାକୁ କିଛି ଏହିଭଳିଭାବେ ଧମକ
ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଯାହାର ଉତ୍ତର
ରଖିଛି କାନାଡା। କାନାଡା ପ୍ରଧାନମନ୍ତ୍ରୀ କାର୍ନି ଆମେରିକାକୁ ଏକ ଗୁପ୍ତ
ପ୍ରତିକ୍ରିୟା ଦେଇ ଏକ ଭିଡିଓ ଜାରି କରିଛନ୍ତି। ସେ ତାଙ୍କ ଦେଶର
ନାଗରିକମାନଙ୍କୁ କାନାଡା ନିର୍ମିତ ଉତ୍ପାଦ କ୍ରୟ କରିବାକୁ ନିବେଦନ
କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ନିଙ୍କ ଏହି ପଦକ୍ଷେପ ଆନ୍ତର୍ଜାତୀୟ ବାଣିଜ୍ୟ
ଉପରେ ଅତ୍ୟଧିକ ନିର୍ଭରଶୀଳତା ଅପେକ୍ଷା ଆତ୍ମନିର୍ଭରଶୀଳତା
ଉପରେ ଧ୍ୟାନ ଦେବାକୁ ସୂଚାଉଛି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ
ପୋଷ୍ଟ କରି କାନାଡାକୁ ୧୦୦% ଶୁଳ୍କ ଲଗାଇବାକୁ ଧମକ
ଦେଇଥିଲେ। ଆଉ କହିଥିଲେ, ଯଦି କାନାଡା ଚୀନ୍ ସହିତ ବାଣିଜ୍ୟ
ଚୁକ୍ତି କରେ, ତେବେ ଆମେରିକା ତାଙ୍କ ଦେଶ ଉପରେ ୧୦୦%
ଶୁଳ୍କ ଲଗାଇବ। ଆମେରିକା ରାଷ୍ଟ୍ରପତି ଲେଖିଛନ୍ତି, ଯଦି ଗଭର୍ଣ୍ଣର
କାର୍ନି ଭାବୁଛନ୍ତି ଯେ ସେ କାନାଡାକୁ ଆମେରିକାକୁ ସାମଗ୍ରୀ ପଠାଇବା
ନେଇ ଚୀନ୍ ପାଇଁ ‘ଡ୍ରପ୍-ଅଫ୍ ପୋର୍ଟ’ କରିବେ, ତେବେ ସେ ଏକ
ବଡ଼ ଭୁଲ କରୁଛନ୍ତି। ଚୀନ୍ କାନାଡାକୁ ଜୀବନ୍ତ ଖାଇବ, ସମ୍ପୂର୍ଣ୍ଣ ଗିଳି
ଦେବ । ଚୀନ୍ କାନାଡାର ବ୍ୟବସାୟ, ସାମାଜିକ ଗଠନ ଏବଂ
ଜୀବନଶୈଳୀକୁ ନଷ୍ଟ କରିଦେବ। ଟ୍ରମ୍ପ କାନାଡାକୁ ଧମକ ଦେଇ
କହିଛନ୍ତି ଯେ ଯଦି କାନାଡା ଚୀନ୍ ସହିତ ଚୁକ୍ତି ସ୍ୱାକ୍ଷର କରେ, ତେବେ
ଆମେରିକାକୁ ଆସୁଥିବା ସମସ୍ତ କାନାଡୀୟ ସାମଗ୍ରୀ ଉପରେ ତୁରନ୍ତ
୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ

More Stories
ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା
ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି
ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ