ପରଜଙ୍ଗ -(ର୍ମଳ ଗଡ଼ ନାୟକ)ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଶୁଣ୍ଢିତଇଳା ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆରେ ଆରକେସି କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ୩ ଟି ପର୍ଯ୍ୟାୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ମା ସିଦ୍ଧେଶ୍ୱରୀ କ୍ରିକେଟ କ୍ଲବ୍ ସିଂହଡା ଓ ମା ମହାପାଟ କ୍ରିକେଟ କ୍ଲବ୍ ପରମହଂସପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ୮ ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ସିଂହଡ଼ା ଟିମ୍ ପ୍ରଥମେ ବ୍ୟାଟିଂ କରି ୮ ଓଭର ଶେଷ ସୁଦ୍ଧା ୪ ୱିକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲେ । ଜବାବରେ ପରମହଂସପୁର ଟିମ୍ ୮ ଓଭର ଶେଷ ସୁଦ୍ଧା ୪ ୱିକେଟ ହରାଇ ୯୦ ରନ ସଂଗ୍ରହ କରି ପରାଜୟ ହୋଇଥିଲେ । ଦ୍ଵିତୀୟ ମ୍ୟାଚ୍ ୬ ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ସିଂହଡ଼ା ଟିମ୍ ୬ ଓଭର ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୦୦ ରନ ସଂଗ୍ରହ କରିଥିଲେ ।ଜବାବରେ ପରମହଂସପୁର ଟିମ୍ ୬ ଓଭର ଶେଷ ସୁଦ୍ଧା ୬ ୱିକେଟ ହରାଇ ୫୩ ରନ ସଂଗ୍ରହ କରି ପରାଜୟ ହୋଇଥିଲେ ।ଫଳରେ ସିଂହଡ଼ା ଟିମ୍ ଲଗାତର ୨ ଟି ମ୍ୟାଚ୍ ବିଜୟ ଲାଭ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି । ଉଦଯାପନୀ ଉତ୍ସବରେ କଲଦା ପଞ୍ଚାୟତ ସରପଞ୍ଚ ସ୍ନେହଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୁଆଳୋ ପଞ୍ଚାୟତ ସରପଞ୍ଚ ଅଜିତ୍ କୁମାର ସାହୁ, ପୂର୍ବତନ ସରପଞ୍ଚ ତଥା ଢେ଼ଙ୍କାନାଳ ଜିଲ୍ଲା ବିଏମଏସ ସଭାପତି ଅନିଲ କୁମାର ଭୂତିଆ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ପ୍ରକାଶ ଚନ୍ଦ୍ର ବେହେରା ,ହିମାଂଶୁ ଭୁଷଣ ସାହୁ , କଲଦା ପଞ୍ଚାୟତ ୱାର୍ଡ ସଭ୍ୟ ଚିରଞ୍ଜିବୀ ବିଶ୍ବାଳ , ମହେଶ୍ୱର ନାଏକ ,ବିଷ୍ଣୁ ଚରଣ ସାହୁ ,ଲଳିତ ବିଶ୍ଵାଳ , ଗୁମାନୀ ସେଠୀ ,ଉଗ୍ରସେନ ଓ କନ୍ଦର୍ପ ଓ ବିଜେପି ଦଳର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ରନର୍ସ ଦଳକୁ କୁଆଳୋ ସରପଞ୍ଚ ଶ୍ରୀ ସାହୁ ଓ ବିଏମଏସ ସଭାପତି ଶ୍ରୀ ଭୂତିଆ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ଚାମ୍ପିଅନ ଦଳକୁ ସରପଞ୍ଚ ସ୍ନେହଲତା ବେହେରା ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ। ଦିତିକୃଷ୍ଣ ସାହୁ ଓ ରଞ୍ଜିତ ବେହେରା ଖେଳ ପରିଚାଳନା କରିଥିଲେ ।ପ୍ରଦୀପ କୁମାର ସାହୁ ଧାରାବିବରଣୀ ପାଠ କରିଥିବା ବେଳେ ସାଗର ସାହୁ ଓ ମିଥୁନ ସାହୁ ସ୍କୋରର ଦାୟିତ୍ଵ ନିର୍ବାହ କରିଥିଲେ । କ୍ଲବର ସଦସ୍ୟ ସାଗର ,ମିଥୁନ ,ରଞ୍ଜିତ , ସୁମନ୍ତ , ରାଜୁ , ବଣ୍ଟି,ଶାନ୍ତନୁ ,ବିକାଶ , ରିତେଶ ,ରାଜେଶ , ଅପୁ ,ଆଶିଷ ଓ ଅନ୍ୟ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ଶୃଙ୍ଖଳାର ସହ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିଲା ।

More Stories
ଅବିଭାବକ ଙ୍କ ମତ ନ ନେଇ ମନ ମୁଖି ଭାବେ ବାତ୍ୟା ଆଶ୍ରୟ ସ୍ଥଳୀରେ ଶିକ୍ଷା ଦାନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ।
ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ l
ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ଥଳ ସଚେତନତା କାର୍ଯ୍ୟକ୍ରମ କୋଇଲି ଘୁଘର ଠାରେ ଅନୁଷ୍ଠିତ,