ଗହଣା ପାଇଁ ଶାଶୂକୁ ହତ୍ୟା କଲା ‘ନୂଆ ବୋହୁ’
କୋଲକାତା: ଗହଣା ଲୋଭରେ ଶାଶୂକୁ
ହତ୍ୟା । ସୁନା ଗହଣା ପାଇଁ ଜଣେ ନବବଧୂ
ତାଙ୍କ ପ୍ରେମିକ ସହ ମିଶି ଶାଶୂଙ୍କୁ ହତ୍ୟା
କରିଛନ୍ତି । ମୃତମହିଳା ହେଲେ ହେଲେ
ପଶ୍ଚିମବଙ୍ଗ ଉତ୍ତର ଥାନା ଅନ୍ତର୍ଗତ ଲାଲଗଞ୍ଜ
ଅଞ୍ଚଳର ମଉ ରାୟ । ପୁଲିସ ଏହି ଘଟଣାରେ
ବୋହୂ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ।
ଅଭିଯୁକ୍ତ ଦୁଇ ଜଣ ହେଲେ ବୋହୂ ରିଆ
ରାୟ ଓ ତାଙ୍କ ପ୍ରେମିକ ଝାଡ଼ଖଣ୍ଡ
ଡାଲଟନଗଞ୍ଜର ସମୀର ଆଲମ ।
ପୋଲିସଠାରୁ ମିଳିଥିବା ସୂଚନା
ଅନୁଯାୟୀ, ଜାନୁଆରୀ ୧୬ ତାରିଖରେ ମଉ
ରାୟଙ୍କ ଅଚେତନ ମୃତଦେହ ତାଙ୍କ ଘରୁ
ମିଳିଥିଲା । ମୃତା ମହିଳାଙ୍କ ପୁଅ ଦେଖିଥିଲେ
ଯେ ତାଙ୍କ ମାଆଙ୍କ ବେକରେ କିଛି ଚିହ୍ନ ଅଛି
ଏବଂ ମାଆ ପିନ୍ଧିଥିବା ଅଳଙ୍କାର ମଧ୍ୟ ନାହିଁ ।
ତା’ପରେ ଆସାନସୋଲ ଉତ୍ତର ଥାନାକୁ
ଖବର ଦିଆଯାଇଥିଲା । ମୃତଦେହ
ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଶବ
ବ୍ୟବଚ୍ଛେଦ ରିପୋର୍ଟରୁ ପୁଲିସ
ଜାଣିପାରିଥିଲା ଯେ ମହିଳାଙ୍କ ବେକରେ
ରଶି ଭଳି କିଛି ଜିନିଷ ବାନ୍ଧି ତାଙ୍କୁ ଟାଙ୍ଗି
ହତ୍ୟା କରାଯାଇଛି ।
ଘଟଣାର ୧୩ ଦିନ ପୂର୍ବରୁ ଅର୍ଥାତ
ଜାନୁଆରୀ ୩ ତାରିଖରେ ଶାଶୂ ତାଙ୍କ ସାନ
ବୋହୂ ରିଆ ରାୟଙ୍କ ବିରୋଧରେ
ଆସାନସୋଲ ଉତ୍ତର ଥାନାରେ ଏକ ଚୋରି
ମାମଲା ଦାୟର କରିଥିଲେ । ଏହାପରେ
ମଉ ରାୟଙ୍କ ହଠାତ୍ ମୃତ୍ୟୁ ହୋଇଥିଲା ।
ପରିବାରର ଅଭିଯୋଗ ଆଧାରରେ ପୁଲିସ
ଏକ ହତ୍ୟା ମାମଲା ରୁଜୁ କରିଥିଲା । ସେହି
ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ
କରିଥିଲା । ତଦନ୍ତରୁ ଜଣାପଡିଥିଲା ଯେ
ରିଆ ରାୟଙ୍କର ଜଣେ ଘନିଷ୍ଠ ବନ୍ଧୁ ଅଛନ୍ତି
ଯିଏ ଝାଡ଼ଖଣ୍ଡର ଡାଲଟନଗଞ୍ଜ ଅଞ୍ଚଳ
ବାସିନ୍ଦା । ପୁଲିସ ସନ୍ଦେହ କରିଥିଲା ଯେ
ଏହି ମୃତ୍ୟୁ ପଛରେ ରିୟାର ଘନିଷ୍ଠ ବନ୍ଧୁ
ସମ୍ପୃକ୍ତ ଥାଇପାରନ୍ତି । ପରେ ପୁଲିସ
ଡାଲଟନଗଞ୍ଜର ଉକ୍ତ ଯୁବକଙ୍କୁ ଖୋଜିବା
ଆରମ୍ଭ କରିଥିଲା । ଗୁରୁବାର ରାତିରେ
ଆସାନସୋଲର ଭଗତ ସିଂହ ମୋଡରୁ
ସମୀର ଆଲମ ନାମକ ଯୁବକଙ୍କୁ ପୁଲିସର
ଏକ ଟିମ୍ ଗିରଫ କରିଥିଲା । ପଚରାଉଚରା
ସମୟରେ ସେ ମଉ ରୟଙ୍କୁ ହତ୍ୟା କରିଥିବା
ସ୍ୱୀକାର କରିଥିଲେ ।

More Stories
ଅବିଭାବକ ଙ୍କ ମତ ନ ନେଇ ମନ ମୁଖି ଭାବେ ବାତ୍ୟା ଆଶ୍ରୟ ସ୍ଥଳୀରେ ଶିକ୍ଷା ଦାନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ।
ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ l
ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ଥଳ ସଚେତନତା କାର୍ଯ୍ୟକ୍ରମ କୋଇଲି ଘୁଘର ଠାରେ ଅନୁଷ୍ଠିତ,