ବଲିଉଡର ସବୁଠାରୁ ଲୋକପ୍ରିୟ ତଥା ମେଲୋଡି କିଙ୍ଗ ଭାବେ ପରିଚିତ ଗାୟକ ଅରିଜିତ ସିଂହ ଆଉ କୌଣସି ଫିଲ୍ମରେ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ପ୍ରସିଦ୍ଧ ଗାୟକ ଆଜି ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ରୁ ଅବସର ନେଉଥିବା ନେଇ ଘୋଷଣା କରିଛନ୍ତି। ଅରିଜିତ ତାଙ୍କର ପ୍ରାଇଭେଟ୍ X ଆକାଉଣ୍ଟ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ସେ ନିଜ ପୋଷ୍ଟରେ ଲେଖିଛନ୍ତି “ମୁଁ ସମସ୍ତ ଶ୍ରୋତାଙ୍କୁ ଏତେ ବର୍ଷର ଭଲପାଇବା ପାଇଁ ଧନ୍ୟବାଦ ଜଣାଉଛି। ମୁଁ ଘୋଷଣା କରୁଛି ଯେ ଏବେଠାରୁ ମୁଁ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ ପାଇଁ କୌଣସି ନୂଆ ପ୍ରୋଜେକ୍ଟ ହାତକୁ ନେବି ନାହିଁ। ମୁଁ ଏହି ଯାତ୍ରାକୁ ଏଇଠି ଶେଷ କରୁଛି…” । ଅରିଜିତଙ୍କ ଏହି ନିଷ୍ପତ୍ତିରେ କୋଟି କୋଟି ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ‘ତୁମ ହି ହୋ’, ‘କେଶରିଆ’, ‘ଚନ୍ନା ମେରେୟା’ ଭଳି ଶହ ଶହ ସୁପରହିଟ୍ ଗୀତ ଦେଇଥିବା ଏହି ଗାୟକଙ୍କ ଅନୁପସ୍ଥିତି ବଲିଉଡରେ ନିଶ୍ଚୟ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ… 💔

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!