January 25, 2026

Now Odisha

Now Odisha

ପାଣି କାଦୁଅରେ ବେହାଲ ଗାଁ ରାସ୍ତା ହନ୍ତସନ୍ତ ଜନଯାତ୍ରୀ |

Spread the love

  ପରଜଙ୍ଗ (ନିର୍ମଳ ଗଡ଼ନାୟକ) ଦେଶ ସ୍ବାଧୀନତାର ୭୯ ବର୍ଷ ଅତିକ୍ରମ କରିସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଅଧିକାଂଶ ଗାଁ ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଲୋକଙ୍କ ଗମନା ଗମନ ପାଇଁ ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ଦେଖିବା ସେମାନଙ୍କ ପାଇଁ ସତେ ଯେପରି ଅଧୁରା ସ୍ବପ୍ନ ହୋଇ ରହିଯାଇଛି । ବର୍ଷା ହେଲେ କାଦୁଅ ପାଣିରେ ଗାଁ ରାସ୍ତା ଯମଯନ୍ତ୍ରଣା ସାଜିଥାଏ । ଏପରି ଏକ ଦୃଷ୍ଟାନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକରେ । ଉକ୍ତ ବ୍ଲକର ଗ୍ରାମ ପଞ୍ଚାୟତ ସଂଖ୍ୟା ୨୧ ରହିଥିବା ବେଳେ ଏହା ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଗଣିତ ରହିଛି । ଏହି ବ୍ଲକ କାର୍ଯ୍ୟଳୟ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ କେରଯୋଳି ପଞ୍ଚାୟତ ଅଧିନସ୍ଥ ଝାଞ୍ଜିବେରେଣା ନାମକ ଏକ ଗ୍ରାମ ରହିଛି । ଏହି ଗ୍ରାମରେ ଶତକଡା ୮୦ ଭାଗ ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ବସବାସ କରୁଥିବା ବେଳେ ଏମାନଙ୍କ ଗମନାଗମନ ପାଇଁ ରାସ୍ତା ଖଣ୍ଡିଏ ନଥିବାରୁ ଅନେକ ସମସ୍ୟା ଦେଖାଦେଇଥାଏ । ଗ୍ରାମ ଦେଇ ଯାଇଥିବା ରାସ୍ତାଟି କଙ୍କଡ଼ାହାଡ଼ ବ୍ଲକରୁ କେଉଁଝର ସୀମାନ୍ତ ପର୍ଯ୍ୟନ୍ତ ସଂଯୋଗ ରହିଥିବାରୁ ବିଭିନ୍ନ ଅଞ୍ଚଳର ଲୋକମାନେ କମ୍ ଦୂରତା ବିଶିଷ୍ଟ ରାସ୍ତାରେ ଯାତାୟତ କରୁଥିବା ଜଣାପଡିଛି । ରାସ୍ତାର ସମସ୍ୟା ନେଇ ବହୁବାର ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କାର୍ଯ୍ୟରେ ପରିଣତ ନହେବା ଦୁର୍ଭାଗ୍ୟ ଜନକ । ତଥାପି ନିର୍ବାଚନ ସମୟରେ ଗ୍ରାମବାସୀ ଏକତ୍ରିତ ହୋଇ ଭୋଟ ବର୍ଜନ କରିବାକୁ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ ।

ଏମାନଙ୍କର ସରଳତାକୁ ନେଇ ରାସ୍ତା ହେବା କହି ରାଜନୈତିକ ଦଳର ନେତା ମାନଙ୍କ କୁଚକ୍ରିରେ ପଡ଼ି ଭୋଟ ବର୍ଜନକୁ ଭଣ୍ଡୁରୁ କରି ଏମାନଙ୍କ ଠାରୁ ଭୋଟ ହାତେଇ ଥିଲେ ।ତଥାପି ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ରାସ୍ତାଟି ଯେମିତି ସେମିତି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି ? ବର୍ଷା ହେଲେ କାଦୁଅ ପାଣିରେ ବେହାଲ ମାତୁଛି ରାସ୍ତା । ହନ୍ତସନ୍ତ ହେଉଛନ୍ତି ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ପାଠ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀ ଓ ଅନ୍ୟ ପଥଚାରୀ । ପାଣି କାଦୁଅ ରାସ୍ତାରେ ଦିଗହରା ହୋଇ ଗାଁର ଲୋକମାନେ ଭଗାମୁଣ୍ଡା ନାମକ ରାସ୍ତାରେ ଆସି ମୁଖ୍ୟରାସ୍ତା ପଯ୍ୟନ୍ତ ପହଞ୍ଚି ନିଜର କାର୍ଯ୍ୟସ୍ଥଳୀକୁ ଯାଇଥାନ୍ତି । ଆଜି ପର୍ଯ୍ୟନ୍ତ ଲୋକଙ୍କ ପ୍ରମୁଖ ରାସ୍ତା ପ୍ରତି ପ୍ରଶାସନ କିମ୍ବା ନିର୍ବାଚିତ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ ନହେବା ଦୁର୍ଭାଗ୍ୟ ଜନକ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

error: Content is protected !!