ପାଟଣା,୯।୯ :କେନ୍ଦୁଝର ଜିଲା ପାଟଣା ଥାନା ତେଣ୍ଡରା ଗ୍ରାମର ହାଟ ପଡ଼ିଆରେ ମା’ ବିଶେଇପାଟ ଯାତ୍ରା କମିଟି ଆନୁକୁଲ୍ୟରେ ଚାଲିଥିବା ଦୁର୍ଗାଶ୍ରୀ ଅପେରାରେ ଆଇଟମ ଗର୍ଲ ନିଶା ମହାରଣା ସବୁ ସୀମା ଅତିକ୍ରମ କରିଛନ୍ତି। ଷ୍ଟେଜ ଉପରେ ସେ ଛାତିରୁ ବସ୍ତ୍ର ଖୋଲି ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକ ଉକ୍ତ ଭିଡିଓ ଉତ୍ତୋଳନ କରି ଏବେ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଘଟଣାସ୍ଥଳରେ ପାଟଣା ଥାନାର କେତେକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ହେଁ, ଏଭଳି ନୃତ୍ୟକୁ ବାରଣ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜି ଥିଲେ। କେତେକ ଦର୍ଶକ ନିଶାଙ୍କ ଏଭଳି ନୃତ୍ୟ ଦେଖି ଉପଭୋଗ କରିଥିବାବେଳେ ସପରିବାର ଯାତ୍ରା ଦେଖିବାକୁ ଯାଇଥିବା ଯାତ୍ରାପ୍ରେମୀ ଏଭଳି ନୃତ୍ୟକୁ ନାପସନ୍ଦ କରିଥିଲେ। ପୂର୍ବରୁ ଏଭଳି ଅଙ୍ଗ ପ୍ରଦର୍ଶନ କରି ସାହୁ ଭାଉଜ ବିବାଦୀୟ ହୋଇ ପଡ଼ିଥିବାବେଳେ ଏବେ ନିଶା ମହାରଣା ମଧ୍ୟ ଚର୍ଚ୍ଚିତ ହୋଇଛନ୍ତି। ଦିନକୁ ଦିନ ଯାତ୍ରାରେ ଅଶ୍ଳୀଳତା ବୃଦ୍ଧି ପାଉଥିବାରୁ ଏଥିରେ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |