ଭିଜିଲାନ୍ସ ଜାଲରେ ଏସ୍ସିବିର ଲାଞ୍ଚୁଆ ଡାକ୍ତର
କଟକ,): ଏସ୍ସିବି
ମେଡିକାଲ୍ କଲେଜର
ହେପାଟୋଲୋଜି ବିଭାଗ
ଆସୋସିଏଟ୍ ପ୍ରଫେସର
ସନାତନ ବେହେରା
ଭିଜିଲାନ୍ସ ହାତରେ ଧରା
ପଡ଼ିଛନ୍ତି। ନିଜେ ସ୍କୁଟିରେ
୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯିବାବେଳେ
ସନାତନଙ୍କୁ କଟକ ଭିଜିଲାନ୍ସ ଧରିବାରେ ସଫଳ
ହୋଇଛି। ସୂଚନା ଅନୁସାରେ, ଏସ୍ସିବି
ହେପାଟୋଲଜି ବିଭାଗର ଆସୋସିଏଟ ପ୍ରଫେସର
ଡାକ୍ତର ସନାତନ ବେହେରା ନିଲାମଧାରୀଙ୍କ ଠାରୁ
ଲାଞ୍ଚ ନେଉଥିଲେ। ହେପାଟୋଲଜି ବିଭାଗର
ମେଡିକାଲ ସାମଗ୍ରୀ ସପ୍ଲାଏ ପାଇଁ ଆସିଥିବା
ନିଲାମଧାରୀଙ୍କ ଠାରୁ ନେଉଥିଲେ ୨ ଲକ୍ଷ ୬୩
ହଜାର ଟଙ୍କା ଲାଞ୍ଚ। ଟଙ୍କା ନେବା ପରେ ସ୍କୁଟିରେ
ସରକାରୀ ବାସଭବନକୁ ଯାଉଥିଲେ। ଡାକ୍ତରଙ୍କ
ଠାରୁ ଏତେ ପରିମାଣର ବିପୁଳ ନଗଦ ଟଙ୍କା ଜବତ
ପରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ
କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
ମାମଲାରେ ଡାକ୍ତର ସନାତନ ବେହେରାଙ୍କ ୩ଟି
ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍