ପ୍ରତିରକ୍ଷାରେ ପାକିସ୍ତାନ ଅତି ପଛୁଆ
ଇସଲାମାବାଦ:-: ଅପରେସନ୍
ସିନ୍ଦୂରରେ ଭାରତ ସହ ମୁକାବିଲା କରି
ଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ।
ଯେତେ ଚାହିଁଲେ ବି ଆଉ ଅଣ୍ଟା
ସଳଖିପାରୁନି। ଅପରେସନ୍ ସିନ୍ଦୂରରେ
ପାକିସ୍ତାନର ସୈନ୍ୟ ଶକ୍ତି ଉପରେ ବଡ଼
ପ୍ରଭାବ ପଡ଼ିଛି। ବିଶ୍ୱ ସାମରିକ ରାଙ୍କିଂ
ତାଲିକାରେ ପାକିସ୍ତାନ ସୈନ୍ୟ ଶକ୍ତିର
ସ୍ଥାନ ତଳକୁ ଖସିଛି। ତେଣୁ ଏଥିରୁ ସ୍ପଷ୍ଟ
ଯେ, ପାକିସ୍ତାନର ହ୍ରାସ ପାଉଥିବା ରାଙ୍କିଂ
ତାର ଦୁର୍ବଳ ସ୍ଥିତିକୁ ପ୍ରତିଫଳିତ କରୁଛି।
ପାକିସ୍ତାନ ପୂର୍ବରୁ ହିଁ ଆର୍ôଥକ ସଂକଟ ଦେଇ
ଗତି କରୁଛି। ଦେଶରେ ସାମରିକ ଶକ୍ତି
ଉପରେ ଖର୍ଚ୍ଚ କରିବା ପାଇଁ ସୀମିତ ପାଣ୍ଠି
ଅଛି। ତେଣୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର,
ସୈନ୍ୟଙ୍କ ତାଲିମ ଉପରେ ଧ୍ୟାନ
ଦେଇପାରୁନି ପାକିସ୍ତାନ। ପୂର୍ବରୁ ଯାହା
ଟିକେ ଭଲ ସ୍ଥିତିରେ ଥିଲା, ଅପରେସନ୍ ସିନ୍ଦୂର ପରେ ତାହା ଅତି ଶୋଚନୀୟ ହୋଇପଡ଼ିଛି। ଆଉ ବିଶ୍ୱ ସାମରିକ
ରାଙ୍କିଂରେ ତଳକୁ ଖସିଯାଇଛି। ବିଶ୍ୱର
ସାମରିକ ରାଙ୍କିଂରେ ଆମେରିକା ଶୀର୍ଷ ସ୍ଥାନ
ଅଧିକାର କରିଛି, ତା’ପରେ ଋଷ ଏବଂ
ଚୀନ୍ ରହିଛି। ଭାରତ ଚତୁର୍ଥ ସ୍ଥାନରେ
ରହିଛି। ଏହା ଦର୍ଶାଉଛି ଯେ ଭାରତର
ସାମରିକ ବାହିନୀ କେବଳ ଶକ୍ତିଶାଳୀ
ନୁହେଁ ବରଂ ଯେକୌଣସି ଚ୍ୟାଲେଞ୍ଜର
ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ। ଭାରତ
ନିରନ୍ତର ଭାବରେ ଏହାର ସାମରିକ
ଶକ୍ତିକୁ ସୁଦୃଢ଼ କରୁଛି। ଭାରତର ଏକ
ବିଶାଳ ସେନା, ଏକ ଶକ୍ତିଶାଳୀ
ବାୟୁସେନା ଏବଂ ଏକ ଶକ୍ତିଶାଳୀ
ନୌସେନା ଅଛି। ଭାରତ ଆଧୁନିକ
ଅସ୍ତ୍ରଶସ୍ତ୍ର ବ୍ୟବହାର କରେ ଏବଂ ଦେଶ
ମଧ୍ୟରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ
ଉପରେ ଗୁରୁତ୍ୱ ଦିଏ। କେବଳ ଏତିକି ନୁହେଁ
ଭାରତ ସୈନିକଙ୍କ ତାଲିମ ଏବଂ ଉନ୍ନତ
ଟେକନିକ୍ କ୍ଷେତ୍ରରେ ବି ନିରନ୍ତର ପ୍ରୟାସ କରେ।

More Stories
ଅନ୍ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
ସୁପ୍ରିମକୋର୍ଟରେ ହାଇପ୍ରୋଫାଇଲ ଶୁଣାଣି, ନିଜ ପକ୍ଷ ରଖିବାରେ ମୁଖ୍ୟମନ୍ତ୍ରୀଭାବେ ମମତା ବାର୍ନାଜୀ ପ୍ରଥମ |
ଟାଙ୍ଗରପାଲି ବ୍ଲକ ସ୍ତରୀୟ ସାଂସ୍କୃତିକ ଯତରା ମହୋତ୍ସବ।