March 22, 2026

Now Odisha

Now Odisha

୧୨ଟିକିଆ ହାତୀପଲଙ୍କ ଉତ୍ପାତ |

Spread the love

ତାମରା ରେଞ୍ଜର ୬ଟି ଗାଁରେ ହାତୀ ପଲଙ୍କ ଉପଦ୍ରବ। ବଡ଼ଗାଁ, ଡୁମେର ମୁଣ୍ଡା, ନୁନିଆ ପାଲି, କଣ୍ଟାପାଲିରେ ନିଦ ହଜାଇ ଦେଇଛନ୍ତି ହାତୀ। ଗାଁରେ ପଶି ଘର ଭାଙ୍ଗିବା ସହ ଧାଇ ଖାଇ କରୁଛନ୍ତି ନଷ୍ଟ। ୧୨ଟିକିଆ ହାତୀ ପଲଙ୍କୁ ଘଉଡାଇବାକୁ ବନ ବିଭାଗ ନାକେଦମ।ଦିନରେ ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଗାଁ ମୁହାଁ ହେଉଛନ୍ତି, ଯାହାକି ଗ୍ରାମବାସୀଙ୍କ ନିଦ ହଜାଇଦେଇଛି ।ଏବେ ଧାନ ଅମଳ ସରିଛି, ଆଉ ଅମଳ ଧାନ ଯେଉଁ ଘରେ ରଖା ଯାଇଛି ସେଇ ଘରକୁ ଆସି ଘର ଭାଙ୍ଗି ଧାନକୁ ମଧ୍ୟ ନଷ୍ଟ କରିଦେଉଥିବା ନେଇ ଅଭିଯୋଗ ହୋଇଛି।

ରାତି ହେଲେ ଗାଁଗୁଡିକରେ ଭୟର ବାତାବରଣ ସାଙ୍ଗକୁ ଲୋକେ ଅନିଦ୍ରା ହୋଇ ହାତୀ ଉପଦ୍ରବ ଦାଉରୁ ରକ୍ଷା ପାଇବା ପାଇଁ ଅଣ୍ଟା ଭିଡ଼ିଥିଲେ ହେଁ ନିସ୍ତାର ପାଉନାହାନ୍ତି । ଏ ସମ୍ପର୍କରେ ବନବିଭାଗକୁ ପଚାରିଲେ ଅଧିକାରୀମାନେ ଆମର ଦୁଇ ସେକ୍ସନର କର୍ମଚାରୀ ହାତୀକୁ ଟ୍ରାକ କରି ତାଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଥିବା କଥା କହି ଏଡ଼ାଇ ଯାଉଛନ୍ତି । ସରକାରଙ୍କ ଗାଇଡ ଲାଇନ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗର ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ପରେ ମଧ୍ଯ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

error: Content is protected !!