March 22, 2026

Now Odisha

Now Odisha

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ସଜବାଜ, ଆରମ୍ଭ ହେବ ଯୋଗ୍ୟ ପ୍ରାର୍ଥୀ ଖୋଜା

Spread the love

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ଆରମ୍ଭ କଲା ବିଜେପି । ଅପରାଧିକ ମାମଲା ଥିଲେ ମିଳିବନି ସମର୍ଥନ, ହୋଇପାରିବେନି ପ୍ରାର୍ଥୀ । ଆଦର୍ଶ, ବିଜୟ ସମ୍ଭାବନା ଓ ଫେସଭ୍ୟାଲୁକୁ ପ୍ରାଥମିକତା । ପଞ୍ଚାୟତ ପାଇଁ ବଡ଼ଧରଣର କସରତ କରୁଛି ଶାସକ ଦଳ ।

ଯଦି ଆପଣଙ୍କର କୌଣସି ଆପରାଧିକ ପୃଷ୍ଠଭୂମି ଅଛି, ତାହାଲେ ଏଥର ପଞ୍ଚାୟତ ନିର୍ବାଚନରେ ଆପଣଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବନି ବିଜେପି ।ଅର୍ଥାତ୍ ଆପଣ ବିଜେପି ସମର୍ଥନରେ ଏଥର ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେନି । ଏଭଳି କିଛି ନିର୍ଦ୍ଦିଷ୍ଟ ବିନ୍ଦୁକୁ ନେଇ ବିଜେପି ପ୍ରସ୍ତୁତ କରିଛି ମାପଦଣ୍ଡ । ଆଉ ସେହି ମାପଦଣ୍ଡ ଆଧାରରେ ଆର ମାସ ଅର୍ଥାତ ଫେବ୍ରୁଆରି ସୁଦ୍ଧା ପଞ୍ଚାୟତ ନିର୍ବାଚନ ପାଇଁ ସରିବ ଯୋଗ୍ୟ ପ୍ରାର୍ଥୀ ଚୟନ ।ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରାର୍ଥୀ ଚୟନ ବେଳେ ସେମାନଙ୍କ ବ୍ୟାକଗ୍ରାଉଣ୍ଡ ଓ ଫେସ୍‌ଭ୍ୟାଲୁ ଭଲ ଭାବେ ଦେଖାଯିବ । ନୂଆପଡ଼ାରେ ଯେଉଁଭଳି ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ ସଫଳ ହୋଇଥିଲା, ଠିକ୍ ସେହିଭଳି ପ୍ଲାନ ପଞ୍ଚାୟତ ନିର୍ବାଚନରେ ବି ପ୍ରୟୋଗ କରିବ ବିଜେପି ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କଲା ବିଜେପି। ଏଥିପାଇଁ ଦଳର ଜିଲ୍ଲାସ୍ତରୀୟ ନେତାଙ୍କୁ ଟାସ୍କ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ଭାବେ ବିଜେପି କାହାକୁ ପ୍ରାର୍ଥୀ କରିବ, ତାହା ଆର ମାସ ଅର୍ଥାତ ଫେବ୍ରୁଆରି ଭିତରେ ସାରିବାକୁ ଅଲଟିମେଟମ ଦେଇଛନ୍ତି ମନମୋହନ। ଯଦିଓ ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ଦଳୀୟ ଚିହ୍ନରେ ଲଢ଼ାଯାଏ ନାହିଁ, ତେବେ ବିଜେପି ସମର୍ଥିତ ପ୍ରାର୍ଥୀ କିଏ ହେବେ ଏବଂ ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ପ୍ରାର୍ଥୀ କାହାକୁ କରାଯିବ, ସେଥିପାଇଁ ବିଜେପି ଆରମ୍ଭ କରିଦେଇଛି କସରତ।

error: Content is protected !!