ମନ୍ତବ୍ୟ ପାଇଁ ପୁଣି ଥରେ ଖବରରେ ଅଛନ୍ତି ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଏକ କାର୍ଯ୍ୟକ୍ରମରେ ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ, ହିନ୍ଦୁମାନେ ଗୋଟିଏ କଥା ମନେ ରଖିବା ଉଚିତ ମୁସଲମାନମାନଙ୍କୁ ଦୁର୍ବ୍ୟବହାର କରି ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ ନାହିଁ। ଭାରତ କେବଳ ସେତେବେଳେ ହିନ୍ଦୁ ରାଷ୍ଟ୍ର ହେବ ଯେତେବେଳେ ଆମେ ଆମର ସନାତନ ଧର୍ମର ତ୍ରୁଟିଗୁଡ଼ିକର ସୁଧାର କରିବୁ।ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର କରିବାର ଗୋଟିଏ ଉପାୟ ହେଉଛି, ଜାତିବାଦକୁ ଅଣଦେଖା କରିବା, ଆମେ ସମସ୍ତେ ହିନ୍ଦୁ ଭାଇ। ଜାତିବାଦକୁ ଦୂର କରିବା ବିଷୟରେ ଧୀରେନ୍ଦ୍ର କୃଷ୍ଣଙ୍କ ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶ ନୂତନ ୟୁଜିସି ନିୟମାବଳୀକୁ ନେଇ ବିବାଦରେ ଫସି ରହିଛି। ହିନ୍ଦୁମାନଙ୍କୁ ସେମାନଙ୍କର ତ୍ରୁଟି ସୁଧାରିବାକୁ ପଡିବ, ତେବେ ହିଁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବ।
ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଉତ୍ତର ପ୍ରଦେଶର ବାନ୍ଦାରେ ବିଜେପି ବିଧାୟକ ପ୍ରକାଶ ଦ୍ୱିବେଦୀଙ୍କ ବାସଭବନରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସି ଏଭଳି କହିଛନ୍ତି। ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ସହ ମଧ୍ୟ ଆଲୋଚନା କରି, ହିନ୍ଦୁମାନଙ୍କୁ ଏକତ୍ର କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମରେ କହିଛନ୍ତି, ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ପାରସ୍ପରିକ ସମ୍ମାନ ଓ ଆଇନର ସୀମା ମଧ୍ୟରେ ସଭିଏଁ ରହିବା ଆବଶ୍ୟକ।

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!