ପୋଲସରା : ପ୍ରେମିକ ଘର ସାମ୍ନାରେ ପ୍ରେମିକାର ଧାରଣା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ଟୁଲୁ ମହାରଣା ନାମକ ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମହିଳା ।
ଅଭିଯୋଗ ଅନୁଯାୟୀ, ଟୁଲୁ ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଉଭୟ ସୁରତ ପଳାଇଥିଲେ ।କିଛିବର୍ଷ ରହିବା ପରେ ପରିବାରର ସହମତିରେ ବିବାହ କରିବାକୁ କହି ଗାଁକୁ ଫେରୁଥିଲେ । ଫେରିବା ବାଟରେ ଏକ ବସଷ୍ଟପରେ ମହିଳାଙ୍କୁ ଛାଡି ଛୁ ମାରିଥିଲେ ଯୁବକ। ଏନେଇ ମହିଳା ଜଣକ କବିସୂର୍ଯ୍ୟନଗର ଥନାରେ ଅଭିଯୋଗ କରିଥିଲେ। କୌଣସି ଫଳ ନମିଳିବାରୁ ମହିଳା ଜଣକ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |