ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ କରକମଳରେ ଗୁରୁବାର ଦିନ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ ଲୋକାର୍ପିତ ହୋଇଯାଇଛି । ବିଧାୟକ ଶ୍ରୀ ପ୍ରଧାନ ପ୍ରଥମେ ବ୍ଲକର ଜଙ୍କିଳି ଗ୍ରାମରେ ପହଞ୍ଚି ସେଠାରେ ଏକ ନିଘଞ୍ଚ ଜଙ୍ଗଲ ,ପାହାଡ ଘେର ମଧ୍ୟରେ ଚଉତୁଣ୍ଡି ନାମରେ ଏକ ଆଡ଼ିବନ୍ଧକୁ ନଡ଼ିଆ ବାଡେଇ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେଠାରୁ ଆସି ବଡଝରା ପଞ୍ଚାୟତ ଅଧିନସ୍ଥ ଯୌତୁକପଶି ଗ୍ରାମରେ କୋଠ ଘର ଲୋକାର୍ପଣ , ବଡ଼ଝରା ଗ୍ରାମରେ ଗୋଷ୍ଠୀ ଶୌଚାଳୟ , ସାଂସ୍କୃତିକ କାର୍ଯ୍ୟ ଗୃହ , ସତ୍ୟ ନାରାୟଣ ଯୁବ ଗୋଷ୍ଠି ଗୃହ , ବହୁମୁଖି ଶୀତଳ ଭଣ୍ଡାର ପ୍ରଭୃତି କାର୍ଯ୍ୟ ଗୁଡ଼ିକ ଲୋକାର୍ପଣ କରାଯାଇଛି ।ସେହିପରି ବଡଝରାରେ ସିଦ୍ଧେଶ୍ୱର ଶିବ ମନ୍ଦିର , ନୂଆ ସାହିରେ କାଞ୍ଚିକେଶ୍ୱର ମନ୍ଦିରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଅପରାହ୍ନ ସମୟରେ ବାରିହାପୁର ହାଇସ୍କୁଲର ବାର୍ଷିକ ଉତ୍ସବରେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକଙ୍କ ଗସ୍ତରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା , ଉପାଧ୍ୟକ୍ଷା ଯଶସ୍ୱିନୀ ରାଉତ , ସରପଞ୍ଚ ରୁନୁବାଳା ପ୍ରଧାନ , ଅଜିତ୍ କୁମାର ସାହୁ ,ଯୁଗଳ କିଶୋର ସାହୁ , ସସ୍ମିତା ସାହୁ ,ସମିତି ସଭ୍ୟ ଭୃଗ୍ରୁବର ସାହୁ , ବିନୟ କୁମାର ସାହୁ , ଅଷ୍ଟଶମ୍ଭୁ ମଣ୍ଡଳ ସଭାପତି ତଥା ସମିତି ସଭ୍ୟ ବୈଷ୍ଟମ୍ୱ ନାଥ , ବିଜେପି ଦଳର ପୂର୍ବତନ ବ୍ଲକ ସଭାପତି ଦୁର୍ଗା ଚରଣ ନାୟକ , ରମେଶ ଚନ୍ଦ୍ର ସାହୁ , ପରଜଙ୍ଗ ମଣ୍ଡଳ ସଭାପତି ବିଭତ୍ସ କୁମାର ସାହୁ , ସାଆନ୍ଦା ମଣ୍ଡଳ ସଭାପତି ସୁଧୀର କୁମାର ବିଶ୍ଵାଳ , ଢେ଼ଙ୍କାନାଳ ଜିଲ୍ଲା ବିଏମଏସ ସଭାପତି ଅନିଲ କୁମାର ଭୂତିଆ , ବିଜେପି ଦଳର ଯୁବ ନେତା ବସନ୍ତ କୁମାର ସାହୁ , ପ୍ରକାଶ ଚନ୍ଦ୍ର ବେହେରା, ଅମରେଶ ସାହୁ , ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି ଦଳର ଶତାଧିକ କର୍ମୀ ମାନଙ୍କ ଉପସ୍ଥିତିରେ ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…