ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ବାର୍ଷିକ ଉତ୍ସବ ପାଳନ ହେଉଥିବା ବେଳେ ଗୁରୁବାର ଦିନ ପରଜଙ୍ଗ ବ୍ଲକ ଡ଼ମୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା , କୁଇଜ୍ ,ନାଚ , ଗୀତ ଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯାଇଥାଏ ।ଏହି ପରିପ୍ରେକ୍ଷୀରେ ଗୁରୁବାର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶକୁନ୍ତଳା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାରୋହରେ ପଞ୍ଚାୟତ ଯୁବ ସରପଞ୍ଚ ସୁନୀଲ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ କମଳ ଲୋଚନ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରିଣୀ ସଂଯୁକ୍ତା ସାମଲ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବବିତା ମହାନ୍ତି , ସରାଙ୍ଗ କ୍ଲଷ୍ଟର ସିଆରସିସି ଜଗନ୍ନାଥ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥି ବାର୍ଷିକ ଉତ୍ସବର ତାତ୍ପର୍ଯ୍ୟ ଓ ଏହାର ଅନ୍ତର୍ନିହିତ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ପ୍ରବୀଣ କୁମାର ରାଉତ ,ଶିକ୍ଷୟତ୍ରୀ ପ୍ରମିଳା ସାହୁ ,ଚିତ୍ରା ମହାନ୍ତି ,ଶ୍ରଦ୍ଧାଞ୍ଜଳୀ ପରିଡା ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷକ ପ୍ରବୀଣ କୁମାର ରାଉତ ଅତିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶକୁନ୍ତଳା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ମାନେ ସରସ ସୁନ୍ଦର ଭାବେ ନାଚ ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

More Stories
ଖାକିରେ ଦାଗ: ପୋଲିସ ଅଧିକାରୀଙ୍କ ଗଞ୍ଜେଇ ଡିଲ୍ |
ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅଭାବ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ |