ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ନୂଆ ସାହିରେ ଆଜକୁ ୩/୪ ଦିନ ଧରି ହନୁମାଙ୍କଡ ଉପଦ୍ରବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଏହି ସାହିର ବସ୍ତିବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି । ସାହିର ଲୋକମାନେ ଘରୁ ବାହାରକୁ ବାହାରିବା ମୁଣ୍ଡ ବ୍ୟଥାର କାରଣ ହୋଇପଡିଛି । ସ୍କୁଲର କୋମଳମତି ପିଲା ମାନେ ନିରାପଦରେ ଘରୁ ବାହାରି ସ୍କୁଲକୁ ଯିବା ଆସିବା କରିବା ପାଇଁ ଅଭିଭାବକ ମହଲରେ ଭୟର ବାତାବରଣ ଖେଳାଇ ଦେଇଛି । ଆଜକୁ ୪ ଦିନ ଧରି ସାହି ଭିତରେ ଏକ ମାଙ୍କଡ ଉପଦ୍ରବ କରୁଥିବା ବେଳେ ସାହି ଦାଣ୍ଡକୁ ବାହାରୁଥିବା ଲୋକ ମାନେ ମାଙ୍କଡ କାମୁଡ଼ାରେ ଆହତ ହୋଇଥିବା ଦୃଶ୍ୟ ପ୍ରମାଣିତ କରିଛି । ସାହିର ଗଣେଶ୍ୱର ନାୟକ , କଳାବତୀ ନାୟକ , ପଞ୍ଚାଳୀ ବେଜ ନାମକ ମହିଳା ମାନେ ମାଙ୍କଡ କାମୁଡ଼ାରେ ଆହତ ହୋଇଥିବା ବେଳେ ଶୁକ୍ରବାର ସକାଳୁ ସକାଳୁ ସାହିର ଗୋଲାପ ବେଜ ଓ ସାହିଲ ବେଜ ନାମକ ଯୁବକ ଆହାତ ହୋଇ ପରଜଙ୍ଗ ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ମାଙ୍କଡ ଉପଦ୍ରବ ଓ ସାହିର ଲୋକ ମାନଙ୍କୁ ଭୟଭୀତ କରୁଥିବାରୁ ଖବର ପାଇ ଶୁକ୍ରବାର ସକାଳୁ ଡିହଡୋଳ ବନ ବିଭାଗ କର୍ମଚାରୀ ମାନେ ସାହିରେ ପହଞ୍ଚି ହନୁମାଙ୍କଡ଼ର ଗତିପଥ ଅନୁଧ୍ୟାନ ଜାରି ରଖିଛନ୍ତି ।

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।