ଭୁବନେଶ୍ୱର: ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ ଖବର । ଟଙ୍କା ଫେରସ୍ତ ପ୍ରକ୍ରିୟାର ଅବଧି ବଢାଇଛନ୍ତି ସରକାର । ପୂର୍ବରୁ ଜାନୁଆରୀ ୩୧ଯାଏଁ ଅବଧି ଥିବାବେଳେ ଏବେ ଏହାକୁ ମାର୍ଚ୍ଚ ୩୧ ଯାଏଁ ଟଙ୍କା ଫେରସ୍ତ ଜାରି ରହିବ । ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ ଆଇଆଇଙ୍କ ନିକଟରେ ଆବେଦନ କରିବେ । ଏହାର ୧୫ଦିନ ଭିତରେ ଟଙ୍କା ଫେରିପାଇବେ । ୮ରୁ ୧୦ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ସରକାର ।
ତେବେ ପୂର୍ବରୁ ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟାର ଶେଷ ଜାରି ଜାନୁଆରୀ ୩୧ ରହିଥିଲା, ହେଲେ ଧାର୍ଯ୍ୟ ସମୟ ଭିତରେ କେତେକ ଜମାକରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରି ପାଇନାହାଁନ୍ତି । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଟଙ୍କା ଫେରସ୍ତ ସମୟ ସୀମା ବୃଦ୍ଧି କର ମାର୍ଚ୍ଚ ୩୧ ଯାଏଁ କରିଛନ୍ତି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |