ଜୟ ମା’ ମହାଲକ୍ଷ୍ମୀ


ପ୍ରଥମ ବ୍ରୋଞ୍ଜ ମୂର୍ତ୍ତିଟି ଗୁପ୍ତଯୁଗ ସମୟର l ଏଠାରେ ମା’ ମହାଲକ୍ଷ୍ମୀ ପଦ୍ମାସନା ।ସେ ସୁଖ ଆସନରେ ଉପବିଷ୍ଟ । ଦୁଇ ହାତରେ ଅଭୟ ବରଦ ମୁଦ୍ରା ଓ ଆଶୀର୍ବାଦ ମୁଦ୍ରା ।ଅନ୍ୟ ଦୁଇହାତରେ ସେ ଲୀଳା କମଳ ପଦ୍ମଫୁଲ ଧାରଣ କରିଛନ୍ତି l ମସ୍ତକରେ କିରୀଟ ମୁକୁଟ, କର୍ଣ୍ଣରେ କର୍ଣ୍ଣିକାର, ହୃଦୟରେ ବୈଜୟନ୍ତୀ ମାଳା l ସ୍ୱରୂପ ବିଷ୍ଣୁ ପାଟରାଣୀ lଦ୍ଵିତୀୟ ବ୍ରୋଞ୍ଜ ମୂର୍ତ୍ତିଟି ମା’ ଜୈନ ପଦ୍ମାବତୀ l ସେ ପଦ୍ମାସନା, ପଦ୍ମାଳୟା, ଅଭୟ ବରଦା, ଲୀଳା କମଳଧାରିଣୀ, ହୃଦୟରେ କୌସ୍ତୁଭ ହାର, କର୍ଣ୍ଣରେ ମକର କୁଣ୍ଡଳ, ମସ୍ତକରେ କିରୀଟି l ସେ ହେଉଛନ୍ତି ଭଗବାନ ଆଦିନାଥଙ୍କର ଶକ୍ତି ସ୍ୱରୂପିଣୀ ଶାସନ ଦେବୀ lଜୟ ମା’ ମହାଲକ୍ଷ୍ମୀ lଜୟ ମା’ ପଦ୍ମାବତୀ lଜୟ ଶ୍ରୀ ଜଗନ୍ନାଥ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!