ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ


ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ।ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହେଉଅଛି।ଏହି କାର୍ଯ୍ୟକ୍ରମ ଦୀର୍ଘ 15 ଦିନ ଧରି ଚାଲୁ ରହିବା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ମହିଳା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଅତି ସୁନ୍ଦର ଭାବରେ ଅଭିଭାଷଣ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ମନକୁ ମନମୁଗ୍ଧକର ଓ ଉଜ୍ଜଳ ଭବିଷ୍ୟତ କାମନା କଲେ। ଆଜି ଜଗନାଥ କୁ ଦର୍ଶନ ମିଳିଲା ଏହିପରି ଗୁଡ଼ାଏ ମନ୍ତ୍ରବ୍ୟ ଦେଇଥିଲେ,ନୋଡ଼ାଲ ଅଫିସର ଡକ୍ଟର ଶ୍ରୀଯୁକ୍ତ ବିନୋଦ ପାତ୍ର,ଶ୍ରୀଯୁକ୍ତ ଅରୁଣ କୁମାର ଖାଡଙ୍ଗା,ମହାବିଦ୍ୟାଳୟ ର ପ୍ରିନ୍ସପାଲ ଶ୍ରୀମତୀ ଡକ୍ଟର ସ୍ଵସ୍ତିକା ପାଢ଼ୀ ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରିଥିଲେ।ମହାବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଓ ମାନ ପତ୍ର ପ୍ରଦାନ କରିଥିଲେ। ଗ୍ରୀଡକ୍ ଅଧକ ପ୍ରଵିତ୍ର ମୋହନ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ଡକ୍ଟର ସୁଜାତା ମହାପାତ୍ର,ଶ୍ରୀଯୁକ୍ତ ଡକ୍ଟର ଗୋକୁଳାନନ୍ଦ ପାତ୍ର,ଅକ୍ଷୟ ପ୍ରଧାନ,ସୁପ୍ରିୟା ଗୁପ୍ତା ଅଧ୍ୟକ୍ଷତା କରିଥିଲେ। ଛାତ୍ର ଛାତ୍ରୀ ମାନେ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ।


error: Content is protected !!