February 9, 2026

Now Odisha

Now Odisha

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

Spread the love

ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରିଥିଲେ।

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଅପମାନ ସହ୍ୟ କରାଯିବ ନାହିଁ। ଉକ୍ତ ଆଇନକୁ ତୁରନ୍ତ ପୁନଃ ଲାଗୁ କରାଯାଉ। ନଚେତ୍‌ ଆଗାମୀ ଦିନରେ ଦଳ ପକ୍ଷରୁ ଏନେଇ ଆନ୍ଦୋଳନ ଜୋରଦାର କରାଯିବ ବୋଲି ରମେଶ କହିଥିଲେ। ଏହା ପୁର୍ବରୁ କଂଗ୍ରେସ କର୍ମୀମାନେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ କଂଗ୍ରେସ କାର୍ଯ୍ୟାଳୟ ଡିହପଢ଼ାଳରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଏଥିସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

କଂଗ୍ରେସ ନେତା କୁଲୁ ଭୂୟାଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ଲୋକ ସଭାର କଂଗ୍ରେସ ପ୍ରାର୍ଥୀ ଦେବକାନ୍ତ ଶର୍ମା, ସୋରଡ଼ା ବିଧାୟକ ପ୍ରାର୍ଥୀ ହରେକୃଷ୍ଣ ରଥ, ବାବୁଲି ଗୌଡ଼, ନିକୁଞ୍ଜ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର କିଛି ମାସ ପୁର୍ବେ ଏମ୍‌ଜି୍‌ଏନ୍‌ଆର୍‌ଇଜିଏସ୍‌ ହଟାଇ ଭିବି ଜି ରାମଜୀ ଜି ଆଇନ ଆଣିଥିଲେ। ଉକ୍ତ ଆଇନ ହଟାଅ ଦାବିରେ ଆଜି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି।

error: Content is protected !!