ଭୁବନେଶ୍ବର: ଆସନ୍ତା ୧୨ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ଧର୍ମଘଟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଘୋଷଣା କରିଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତ୍ତିରେ ଦର୍ଶାଇଛନ୍ତି, ୟୁପିଏ ସରକାର ଅମଳରୁ ଚାଲି ଆସିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରି ଭିବି ଜୀ-ରାମ-ଜୀ ପରି ଶ୍ରମିକ ବିରୋଧୀ ଯୋଜନା ଆରମ୍ଭ କରିଥିବାରୁ କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ନିରନ୍ତର ଧର୍ମଘଟ, ବିକ୍ଷୋଭ, ଅନଶନ ଚାଲିଆସିଛି।
୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସମେତ ବିଭିନ୍ନ ବ୍ୟାଙ୍କ, ବୀମା, ରାଜ୍ୟ ଓ କେନ୍ଦ୍ର କର୍ମଚାରୀ ସଙ୍ଗଠନ ପରି ୫୦ରୁ ଅଧିକ ସ୍ବାଧୀନ ମହାସଂଘ ଆହ୍ବାନରେ ମନରେଗା ଉଚ୍ଛେଦ ବିରୋଧରେ ଓ ଶ୍ରମିକ-ବିରୋଧୀ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ କରାଯାଉଥିବାରୁ କଂଗ୍ରେସ ଏହାକୁ ସମର୍ଥନ କରୁଛି। ଆଇଏନଟିୟୁସି ସର୍ବଭାରତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଶନିବାର କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ଦାସଙ୍କୁ ସାକ୍ଷାତ କରି ଧର୍ମଘଟ ବିଷୟରେ ଅବଗତ କରାଇବା ସହ ଦଳର ସମର୍ଥନ ଲୋଡ଼ିଥିଲେ।

More Stories
ରବିବାର ଦିଲ୍ଲୀର ପିରାଗଢ଼ୀ ଫ୍ଲାଏଓଭରରେ ପାର୍କିଂ ହୋଇଥିବା ଏକ କାର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
:ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି
ରାୟଗଡ଼ା ଜିଲାର ପ୍ରମୁଖ ନଦୀଗୁଡ଼ିକର ସୀମା ନିର୍ଦ୍ଧାରଣ ହେଉ ନ ଥିବାରୁ ଆନ୍ଧ୍ର ବାଲି ମଫିଆମାନେ ଏହାର ଭରପୁର ସୁଯୋଗ ନେଉଛନ୍ତି।