ରବିବାର ଦିଲ୍ଲୀର ପିରାଗଢ଼ୀ ଫ୍ଲାଏଓଭରରେ ପାର୍କିଂ ହୋଇଥିବା ଏକ କାର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ଅପରାହ୍ନ ୩.୫୦ ସମୟରେ ଏକ PCR କଲ୍ ଆସିଥିଲା ଯେ, ପିରାଗଢ଼ୀ ଫ୍ଲାଏଓଭରରେ ଏକ ଧଳା ଟାଟା ଟିଆଗୋ ଗାଡ଼ିରେ ତିନି ଜଣ ଯାତ୍ରୀ କୌଣସି ପ୍ରତିକ୍ରିୟା ଦେଉ ନାହାଁନ୍ତି । ଯେତେବେଳେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଲେ, ସେମାନେ ଭିତରେ ସମସ୍ତଙ୍କୁ ମୃତ ଅବସ୍ଥାରେ ପାଇଲେ । ମୃତକ ମାନେ ସ୍ଥାନୀୟ ରଣଧୀର (୭୬), ନରେଶ ସିଂହ (୪୭) ଏବଂ ଲକ୍ଷ୍ମୀ ଦେବୀ (୪୦) ବୋଲି ଚିହ୍ନଟ କରାଯାଇଛି । ମୃତକଙ୍କ ମଧ୍ୟରେ ଗାଡି ମାଲିକ ମଧ୍ୟ ଥିବା ପୁଲିସ କହିଛି । ପାରିପାର୍ଶ୍ଵିକ ସ୍ଥିତିରୁ ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କାରଣ ଘଟଣାସ୍ଥଳରେ ଡକାୟତି,ଚୋରି ଜନିତ କୌଣସି ଲକ୍ଷଣ ନଥିଲା ।
ପୁଲିସ ତିନି ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପୂର୍ବରୁ କାରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ । ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।

More Stories
୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…
LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…
ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି