ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର କନିଷ୍ଠ ସହାୟକ ରୁପଚାନ୍ଦ ନାୟକ। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ।
ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜଣେ କର୍ମଚାରୀ ଇଚ୍ଛାକୃତ ଅବସର ନେଇଛନ୍ତି। ତାଙ୍କ ପେନ୍ସନ କାଗଜପତ୍ର କାମ କରିଦେବା ପାଇଁ ତଥା ବକେୟ ଦରମା ବିଲ୍ ପାସ୍ କରିଦେବାକୁ କନିଷ୍ଠ ସହାୟକ ରୁପଚାନ୍ଦ ନାୟକ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଉକ୍ତ ଅବସରପ୍ରାପ୍ତ କର୍ମଚାରୀ ଜଣଙ୍କ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ଏହା ପରେ ୩୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା।
କନିଷ୍ଠ ସହାୟକ ରୁପଚାନ୍ଦ ନାୟକ ଲାଞ୍ଚ ମାଗୁଥିବା ନେଇ ଉକ୍ତ ଅବସରପ୍ରାପ୍ତ କର୍ମଚାରୀ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହାପରେ ଯୋଜନା ପ୍ରକାରେ ଆଜି ସେ କନିଷ୍ଠ ସହାୟକ ରୁପଚାନ୍ଦ ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ରୁପଚାନ୍ଦ ନାୟକ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ପୁଲିସ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |