ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପୋଲିସ ଆଜି ସକାଳେ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ଆଜି ତାରିଖ ୦୯.୦୨.୨୦୨୬ ସକାଳ ପ୍ରାୟ ୯ଟା ସମୟରେ କୁଜଙ୍ଗ ଥାନାର ଏସ୍ଆଇ ଅଜୟ ଅର୍ଜୁନ ଖଣ୍ଡଗିରି ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ଗଞ୍ଜେଇ ବିକ୍ରି କରୁଥିବା ଏକ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛନ୍ତି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ସଞ୍ଜୟ ମହାପାତ୍ର (ବୟସ ୫୯ ବର୍ଷ), ପିତା—ସ୍ୱର୍ଗତ ଗୁରୁଚରଣ ମହାପାତ୍ର, ଘର—ବାଲିପାରି, ଚାଟୁଆ, କୁଜଙ୍ଗ ଥାନା, ଜଗତସିଂହପୁର ଜିଲ୍ଲା।
ଅଭିଯୁକ୍ତ ଜଣକ ନିଜ Hero Honda Passion Pro ମୋଟରସାଇକେଲ (ରେଜି. ନଂ OR-21-E-0782) ଯୋଗେ ସ୍ଥାନୀୟ ଲୋକଙ୍କୁ ଗଞ୍ଜେଇ ବିକ୍ରି କରୁଥିବା ସମୟରେ ପୋଲିସ ତାଙ୍କୁ ଧରିଥିଲା। କାର୍ଯ୍ୟନିର୍ବାହୀ ମ୍ୟାଜିଷ୍ଟ୍ରେଟ୍ ଓ ସ୍ୱାଧୀନ ସାକ୍ଷୀମାନଙ୍କ ସାମ୍ନାରେ ତଲାଶୀ ନେବା ସମୟରେ ତାଙ୍କ ନିକଟରୁ—
➡️ ୩ କିଲୋ ୭୬୦ ଗ୍ରାମ (ନେଟ୍) ଗଞ୍ଜେଇ
➡️ ଗୋଟିଏ ମୋଟରସାଇକେଲ
➡️ ନଗଦ ୫୪୦ ଟଙ୍କା
➡️ ୩ଟି ମୋବାଇଲ୍ ଫୋନ୍
ଜବତ କରାଯାଇଛି।
ଅଭିଯୁକ୍ତଙ୍କୁ ଗିରଫ କରି ଆଇନୁସାରେ ମାନ୍ୟନୀୟ ଅଦାଲତକୁ ଚାଲାଣ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

More Stories
ଅଭିଯୁକ୍ତ ଚମ୍ପଟ୍ ଘଟଣା, ୩ପୋଲିସ ସସ୍ପେଣ୍ଡ୍
୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ, ଏମ୍ସ ଭୁବନେଶ୍ବର ଓ ନାମ୍ସ ପକ୍ଷରୁ ଆଞ୍ଚଳିକ ଚିକିତ୍ସା ଶିକ୍ଷା କାର୍ଯ୍ୟକ୍ରମ