ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ


ଗଂଜାମ:(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):- ଖଲ୍ଲିକୋଟ ମହାବିଦ୍ୟାଳୟ ନିକଟସ୍ଥ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ପରିସରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।ସାଧାରଣ ବ୍ୟକ୍ତି ବିଶେଷ ଙ୍କ ପରି ଭିନ୍ନକ୍ଷମ ଙ୍କର ମଧ୍ୟ ସମାଜରେ ସମାନ ଅଧିକାର ରହିଛି।ଶାରୀରିକ,ମାନସିକ ବାକ୍ ଏବଂ ଶ୍ରବଣ ଓ ଦୃଷ୍ଟି ବାଧିତ ଭିନ୍ନକ୍ଷମ ଙ୍କ ଭଳି 21 ପ୍ରକାର ଭିନ୍ନକ୍ଷମ ଆମ ସମାଜରେ ବସ ବାସ କରନ୍ତି।ସେମାନଙ୍କର ସାମାଜିକ ସୁରକ୍ଷା ଅଧିକାର ଉପରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ସାରା ବିଶ୍ୱରେ ଏହି ଦିବସ ପାଳନ ବୈକୁଣ୍ଠ ନଗର ସ୍ଥିତ କ୍ୟୁରୀ ପିଜିଓଥେରାପି ଏବଂ ପୁନର୍ବାସ କେନ୍ଦ୍ର ତରଫରୁ ଏହି ଦିବସ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ଡକ୍ଟର ଶ୍ରୀଯୁକ୍ତ ଶଙ୍କର୍ଷଣ ପାତ୍ର, କର୍ପୋରେଟର ଶ୍ରୀଯୁକ୍ତ ସୁରେନ୍ଦ୍ର ମହାରଣା,ଶ୍ରୀଯୁକ୍ତ ପ୍ରଶାନ୍ତ ପଟ୍ଟନାୟକ,ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଶ୍ରୀଯୁକ୍ତ ବିଭୁ କଲ୍ୟାଣ ସାହୁ,ଶିଶୁ ବିଶେଷଜ୍ଞ ଡକ୍ଟର ଶ୍ରୀଯୁକ୍ତ ସରୋଜ ଶେଖର ରଥ, ପ୍ରମୁଖ ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରିଥିଲେ ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠାନକୁ ଆସୁଥିବା ଅନେକ କୁନି କୁନି ପିଲା ଅଂଶ ଗ୍ରହଣ କରିଥିଲେ। ଡ ପ୍ରିୟମ୍ବଦା ପଲାଇ, ଡ ପଦ୍ମଶ୍ରୀ ଭୌମିକ, ଡ ମନିଷା ମହାପାତ୍ର, ଡ ଅଙ୍କିତ, ଡ ଉଜିତା ମିଶ୍ର,ମନସ୍ମିତା, ଡ ସ୍ୱାଗତିକା ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଡ ରଶ୍ମିତା ସାହୁ, ଡ୍ ଅସସ୍ମିତା ପାତ୍ର,ଶ୍ରୀ ଦେବାଶିଷ ବେହେରା, ଡ ଦୈତାରି ସାହୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।


error: Content is protected !!