March 30, 2026

Now Odisha

Now Odisha

କୃଷକ ମାରଣ ନୀତି କୁ ଭଞ୍ଜନଗର ସମ୍ପୂର୍ଣ୍ଣ ବନ୍ଦ |

Spread the love

ଆଜି ଭାରତ ବନ୍ଦ ଏବଂ ଏହି ବନ୍ଦ ଡ଼ାକରାରେ ବାର ଗୋଟି ଶ୍ରମିକ ସଂଗଠନ ସହ କଂଗ୍ରେସ ଓ ବିଜେଡି ସମର୍ଥନ କରିଛନ୍ତି।ଆଜି ଭାରତ ବନ୍ଦ ର ପ୍ରଭାବ ଭଞ୍ଜନଗର ଦେଖିବାକୁ ମିଲିଛି ।ଭଞ୍ଜନଗର ବନ୍ଦ କୁ ସମର୍ଥନ ଜଣାଇଥିଲେ ବିଭିନ୍ନ ବାମପନ୍ଥୀ ଦଳ,ସଂଯୁକ୍ତ କିଷାନ ମୋର୍ଚା, ସିପିଆଇ, ସିପିଏମ, କଂଗ୍ରେସ ଭଳି ଦଳ।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସହର ର ସମସ୍ତ ଶିକ୍ଷା ଅନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ଟ୍ୟାଙ୍କ ଓ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।ଦଳୀୟ ନେତା ମାନେ ପ୍ଲାଗ କାର୍ଡ ଧରି ସହର ପରିକ୍ରମା କରିବା ସହ ବନ୍ଦ କୁ ସଫଳ କରିବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ।ଆଜିର ବନ୍ଦ କୁ ଭଞ୍ଜନଗର ର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସ୍ଵତଃପୁତ ଭାବେ ବନ୍ଦ ରଖିଥିଲେ।ବାର ଗୋଟି ଦଫା କୁ ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ସଙ୍ଘ ମାନେ ଡବଲ ଇଞ୍ଜିନ ସରକାର ଙ୍କ ଦୁଇ ମୁହା ନୀତିକୁ ବିରୋଧ କରିବା ସହ ,ଶିକ୍ଷା ଆଇନ କୁ ସଂଶୋଧନ କରିବା, କୃଷି ଆଇନ କୁ ବିରୋଧ ସହ ଶ୍ରମିକ ମାରଣ ନୀତି କୁ ବିରୋଧ ସହ ଶ୍ରମିକଙ୍କ ମଜୁରୀ ବୃଦ୍ଧି, ଶ୍ରମିକଙ୍କ ଦୈନିକ ଆଠ ଘଣ୍ଟା କାର୍ଯ୍ୟ ସହ ଶ୍ରମିକଙ୍କୁ ଭତ୍ତା ପ୍ରଦାନ ଦାବି ରହି ଥିଲା ଆଜି ବନ୍ଦ ଡାକରା ରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବହୁ ନେତା ସହ ବହୁ ସମର୍ଥକ ଉପସ୍ଥିତ ଥିଲେ।ବନ୍ଦ ଡ଼ାକରାରେ ସିପିଆଇଏମଲ ର ଗଂଜାମ ଜିଲ୍ଲା ସମ୍ପାଦକ ନିରାକାର ନାୟକ ,କିଷାନ ସଂଯୁକ୍ତ ମୋର୍ଚା ନେତା ଦିଲ୍ଲୀପ ପଗଡ଼,ସିପିଏମ ନେତା ଅଭିମନ୍ୟୁ ଗୌଡ଼, ବରିଷ୍ଠ କଂଗ୍ରେସ ନେତା ଦେବୀ ବିଷୋୟୀ,କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ,କୃଷକ ନେତା ଦୀନବନ୍ଧୁ ଜେନା ପ୍ରମୁଖ ଯୋଗ ଦେଇଥିଲେ।

error: Content is protected !!