February 13, 2026

Now Odisha

Now Odisha

ବଲାଙ୍ଗିର ସାଇବର ପୋଲିସ ହାତରେ ସାଇବର ଠକ |

Spread the love

ବଲାଙ୍ଗିର ସାଇବର ପୋଲିସ ହାତରେ ସାଇବର ଠକ। ଦୁଇଟି ଆକାଉଣ୍ଟରୁ ୫କୋଟି ଠକେଇ। ସଂଦେହରେ ୯୯୨ ଆକାଉଣ୍ଟ। ଦୁଇ ସାଇବର ଠକଙ୍କୁ ଗିରଫ। କାର ଓ ୨ଟି ବାଇକ୍ ସହ ବିପୁଳ ପରିମାଣର ଚେକବୁକ, ପାସବୁକ୍ ଓ ଏଟିଏମ୍ କାର୍ଡ ଜବତ କରିଛି ସାଇବର ପୋଲିସ। ବଲାଙ୍ଗିର ସଦରଥାନା ଚୁଡାପାଲି ଗାଁର ଦେବାଶିଷ କାନ୍ତି ଓ ସୋମ୍ୟରଞ୍ଜନ କବାଟ, ଗରିବ ଓ ନିରିହ ଲୋକଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ବିଭିନ୍ନ ବ୍ୟଙ୍କରେ କର୍ପୋରେଟ ଓ କରେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲାଉଥିଲେ। କିଛି ଟଙ୍କା ସେହି ଲୋକଙ୍କୁ ଦେଇ ବ୍ୟାଙ୍କ ଆକାଉଣ୍ଟ,ପାସବୁକ୍,ଚେକବୁକ୍ ଓ ଏଟିଏମ କାର୍ଡ ପଶ୍ଚିମବଙ୍ଗ ସାଇବର ଠକଙ୍କୁ ଦେଉଥିଲେ। ଏମାନେ ଏଜେଣ୍ଟ ହୋଇ ପ୍ରତି ଆକାଉଣ୍ଟରେ ୫ ରୁ ୧୦ ହଜାର ଟଙ୍କା ପାଉଥିଲେ ସିଆଇଡି-ସିବି, ତଦନ୍ତ ପରେ ଏହା ଜଣାପଡିଥିଲା। 2024-2025 ଆର୍ଥିକ ବର୍ଷରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ 992 ମୁଳ ବ୍ୟାଙ୍କ ଆକାଉଣ୍ଟ କାର୍ଯ୍ୟ କରୁଥିଲା, ଯାହା ଫିସିଂ, ଅନଲାଇନ୍ ପାର୍ଟ-ଟାଇମ୍ ଚାକିରି ଠକେଇ, ନିବେଶ ଠକେଇ, କ୍ୟାସବ୍ୟାକ୍ ଠକେଇ ଏବଂ ଅନ୍ୟାନ୍ୟ ସାଇବର-ସକ୍ଷମ ଅପରାଧ ଭଳି ଆର୍ଥିକ ଠକେଇକୁ ସହଜ କରୁଥିଲା। ବ୍ୟାଙ୍କ କାରବାର ଏବଂ କେଓ୍ବାସି ରେକର୍ଡର ଏକ ବିସ୍ତୃତ ପ୍ରାଥମିକ ତଦନ୍ତ ଏବଂ ବିଶ୍ଳେଷଣ ପରେ ଜଣାପଡିଥିଲା ଯେ ଅଭିଯୁକ୍ତ ବ୍ୟକ୍ତିମାନେ ଜାଲ ଡକ୍ୟୁମେଣ୍ଟ ବ୍ୟବହାର କରି ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସଂପୃକ୍ତ ଥିଲେ। ଇନୋସେଣ୍ଟ ବ୍ୟକ୍ତିମାନଙ୍କୁ ପ୍ରଲୋଭିତ କରି ଏବଂ ଏହି ଆକାଉଣ୍ଟଗୁଡ଼ିକୁ ସାଇବର ଠକମାନଙ୍କୁ ଅବୈଧ କାରବାର ପାଇଁ ଯୋଗାଇଥିଲେ। ସାଇବର ଠକମାନେ ଏହି ଆକାଉଣ୍ଟ ବ୍ୟବହାର କରି କୋଟି କୋଟି ଟଙ୍କା ଟ୍ରାନଜାକସନ କରୁଥିଲେ।
ଫଳରେ ଅଳ୍ପ ଟଙ୍କା ଲୋଭରେ ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟାଙ୍କ ଆାକାଉଣ୍ଟ କିମ୍ବା ଆଧାରକାର୍ଡ ପାନକାର୍ଡ ନଦେବାକୁ ବଲାଙ୍ଗିର ଏସପି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

error: Content is protected !!