February 13, 2026

Now Odisha

Now Odisha

ବିଲ୍ ତେରୁଆ କ୍ରିକେଟ୍ ଧମାକା ଟ୍ରଫିର ଉଦଯାପନୀ ଉତ୍ସବ।

Spread the love

ଟାଙ୍ଗୀ–ଚୌଦ୍ବାର ବ୍ଲକ ଅନ୍ତର୍ଗତ ସର୍ଦୋଳା ମିନି ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିଥିବା ପିଣ୍ଟୁ ୧୧ ବିଲ୍ ତେରୁଆ ଚମ୍ପିୟାନ ଟ୍ରଫିର ଆଜ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି।
ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ–ସାଲେପୁର ଅଞ୍ଚଳର ଡ଼କ୍ଟର ହିମାଂଶୁ ମହାନ୍ତି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମୀଣ ଅଞ୍ଚଳରେ ଏପରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୁବପୀଢ଼ୀଙ୍କୁ ଠିକ୍ ଦିଗରେ ପ୍ରେରଣା ଦେଇଥାଏ ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରେ। ବୋଲି ସେ କହିଥିଲେ। ପିଣ୍ଟୁ ଖାଁଙ୍କ ନେତୃତ୍ୱରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ପଞ୍ଚାୟତରୁ ଆଠଟି ଟିମ୍ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍‌ରେ ତରତୋ ଏଲେଭେନ୍ ଓ ଅଲାରପୁର ଟିମ୍‌ ମଧ୍ୟରେ ରୋମାଞ୍ଚକ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।
ତରତୋ ଏଲେଭେନ୍ ପ୍ରଥମେ ବ୍ୟାଟିଂ କରି ୫୧ ରନର ଲକ୍ଷ୍ୟ ରଖିଥିଲା। ଉତ୍ତରରେ ଆଲାରପୁର ଦଳ ୪୨ ରନ୍‌ରେ ସୀମିତ ହୋଇଯାଇଥିଲା। ଫଳରେ ତରତୋ ଏଲେଭେନ୍ ୯ ରନ୍‌ରେ ବିଜୟ ହାସଲ କରି ଚମ୍ପିୟାନ ଟ୍ରଫି ଜିତିନେଇଥିଲା। ଉଦଯାପନୀ ଅବସରରେ ଟାଙ୍ଗୀ–ଚୌଦ୍ବାର ଏଥଲେଟିକ୍ ଆସୋସିଏସନର ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ସମାପ୍ତ ହୋଇଥିଲା।

error: Content is protected !!