ଶ୍ରୀ ନୃସିଂହ ନାଥ ମନ୍ଦିର

ପାଇକମାଳ ବରଗଡ଼ ଏହି ମନ୍ଦିରଟିକୁ ପାଟଣାଗଡ଼ ରାଜା ବୈଜଳ ଦେବ ଖ୍ରୀ 1313 ରେ ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ନିର୍ମାଣ କରାଇଥିଲେ l 45 ଫୁଟ ଉଚ୍ଚ ଏହି ମନ୍ଦିରଟିର ନିର୍ମାଣ ଶୈଳୀ କଳିଙ୍ଗ ଖାଖରର ସମ୍ମିଳିତ ପ୍ରତିରୂପ l ପ୍ରଚଳିତ ଲୋକକଥା ଅନୁସାରେ ଗନ୍ଧମାର୍ଦ୍ଦନ ପର୍ବତକୁ ପ୍ରବଳ ପ୍ରତାପୀ ମୂଷିକାସୁର କବ୍ଜା କରି ରଖିଥିଲା l ସେ ରାତିରେ ଅସହ୍ୟ ଅତ୍ୟାଚାର କରୁଥିଲା ଓ ଦିନରେ ଏଠାରେ ଏକ ସଂକୀର୍ଣ୍ଣ ଗୁମ୍ଫାରେ ମୂଷା ରୂପରେ ଲୁଚି ଯାଉଥିଲା l ତାକୁ ସଂହାର କରିବାକୁ ଭଗବାନ ନୃସିଂହ ଏକ ମାର୍ଜ୍ଜାର (ବିଲେଇ) ରୂପରେ ପ୍ରକଟ ହୋଇ ତାକୁ ନିଗ୍ରହ କରିଥିଲେ lମହାପ୍ରଭୁ ନୃସିଂହନାଥଙ୍କ ମହିମା ଓଡିଶା ଓ ଛତିଶଗଡରେ ସୁବିଦିତ l ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ନୃସିଂହ ଚତୁର୍ଦ୍ଦଶୀ ଦିନ ଏଠାରେ ତିନି ଦିନ ପର୍ଯ୍ୟନ୍ତ ଏକ ବଡ଼ ଯାତ୍ରା ହୁଏ lଜୟ ଭଗବାନ ଶ୍ରୀ ନୃସିଂହନାଥ ।।

error: Content is protected !!