ରାଜ୍ୟରେ ଧାନ ଅଭାବୀ ବିକ୍ରି, କଟନୀ – ଛଟନୀ, ବିଦ୍ୟୁତ ଗ୍ରାହକ ଙ୍କ ଉପରେ ଅତିରିକ୍ତ ଜମା ଆକାରରେ ଜୋରଜବରଦସ୍ତ ଟଙ୍କା ଆଦାୟ,ଦୈନନ୍ଦିନ ଖାଉଟି ସାମଗ୍ରୀ ଉପରେ ଅହେତୁକ ଦରଦାମ ବୃଦ୍ଧି, ମହିଳା ମାନଙ୍କ ଉପରେ ବୃଦ୍ଧି ପାଉଥିବା ହିଂସା ଓ଼ ଧର୍ଷଣ ଭଳି ଘୃଣ୍ୟ ଅପରାଧ,ରାଜ୍ୟରେ ଭୁଶୁଡି ପଡ଼ିଥିବା ଆଇନ ଶୃଙ୍ଖଳା, ସାମ୍ପ୍ରଦାୟିକ ଭିଡ଼ ହିଂସା, ରାଜ୍ୟ ଓ଼ ଦେଶ ରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା, ସ୍ୱାସ୍ଥ୍ୟ ସେବାରେ ଘୋର ଅବନତି ଘଟୁଥିବାରୁ ପ୍ରତିବାଦ ର ସ୍ୱର ଉତ୍ତୋଳନ କରିଛି ବିଜୁ ଜନତା ଦଳ।ରାଜ୍ୟ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ୱରେ
କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ଜିଲ୍ଲପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇଛି ।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |