ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନୟାଭାଗିରଥିପୁର ଗ୍ରାମ ପଞ୍ଚାୟତ ଭବନ ଓ ଗ୍ରାମପଞ୍ଚାୟତ ସଂଘ ର ଭଵନ ନିର୍ମାଣ ନିମନ୍ତେ ୫୫ ନଂ ଜାତୀୟ ରାଜପଥ ଗଉଡକାଟେଣି ନିକଟରେ ହିନ୍ଦୋଳ ବିଧାୟିକା ସିମାରାଣି ନାୟକ ଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଜଣାପଡିଛି। ଓଡ଼ାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ାପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ପାଢ଼ୀ, ଗ୍ରାମପଞ୍ଚାୟତ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ,ବିଜେପି ଦଳର ସହଦେବ ପୃଷ୍ଟି, ମୋଟଙ୍ଗା ମଣ୍ଡଳ ସଭାପତି ଦେବାନନ୍ଦ ବେହେରା,ପ୍ରସାନ୍ତ କୁମାର ପ୍ରଧାନ, ଶ୍ରୀମତୀ ଇତିଶ୍ରୀ ସାହୁ,ସତ୍ୟ ସ୍ବରୂପ ମିଶ୍ର, ଶିବଶକ୍ତି ମହାନ୍ତି, ପଙ୍କଜ ଲୋଚନ ଦାସ,ପ୍ରଦିପ କୁମାର ସାହୁ ଙ୍କ ସହିତ ଅନ୍ୟାନ୍ୟ କର୍ମୀ ମାନେ ଯୋଗ ଦେଇଥିଲେ। ପଞ୍ଚାୟତ ବାସିଙ୍କର ଦିର୍ଘ ଦିନର ଦାବି ପୁରଣ ହୋଇଥିବାରୁ ଉପସ୍ଥିତ ଗ୍ରାମବାସୀ ବିଧାୟିକା ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇବା ସହ ଖୁସି ବ୍ୟକ୍ତ କରିଥିଲେ। ଗୋଟିଏ ପରିସର ମଧ୍ୟରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତ କାର୍ଯ୍ୟାଳୟ ଭବନ ନିର୍ମାଣ ହେବା ସହିତ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ରେ ସଂୟସହାୟକ ଗୋଷ୍ଠୀ ଙ୍କର ଗ୍ରାମପଞ୍ଚାୟତ ସଂଘ ଭବନ ନିର୍ମାଣ କରାଯିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜଣାପଡିଛି।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |